ଯୋଡା ୧୮/୦୧(ନିପ୍ର): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଇଷ୍ଟର୍ଣ୍ଣ କନଷ୍ଟ୍ରକସନ୍ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ସୁପରଭାଇଜରର ଦୃଘଟଣାରେ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ମୃତକ ଜଣକ ରୁଦ୍ର ଭୋଗେଲ ୩୨ ପାଟଣା ଥାନା ଉଦୟପୁର ଗ୍ରାମ ର ହୋଇଥିବା ବେଳେ ସେ ରବିବାର ରାତିରେ କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା ଏକ ବଲେରୋ ଦୃଘଟଣା ଗ୍ରସ୍ତ ହେବାରୁ ତାର ଉଦ୍ଧାର ପାଇଁ ଘଟଣା ସ୍ଥଳକୁ ଯାଇଥିଲେ । କ୍ରେନଯୋଗେ ବଲେରୋ ର ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଅସାବଧନତା କାରଣରୁ କ୍ରେନଟି ରୁଦ୍ର ଉପରେ ଚଢିଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅନୁମାନ କରାଯାଉଛି ।ତେବେ କପରି ତାହାର ମୃତ୍ୟୁ ହେଲା ସନ୍ଦେହ ବଳୟ ରେ ରହିଥିବା ବେଳେ ପରିବାର ଲୋକେ ମୃତ ଶରୀରକୁ ଟାଟା ଷ୍ଟିଲ ଶବ ଗୃହରେ ପାଇଥିଲେ । ଦୃଘଟଣା ଗ୍ରସ୍ତ ବଲେରୋ ଚାଳକ ଫେରାର ରହିଥିବା ଯୋଗୁଁ ଯୋଡା ଥାନା ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହିତ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଡବିଲ ପଠାଇ ଥିବା ଜଣାପଡିଛି । ତେବେ କିପରି ଦୃଘଟଣା ଘଟି ତାର ମୃତ୍ୟୁ ହୋଇଛି ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଲେ ଏହାର ସତ୍ୟତା ଜଣାପଡିବା ।
ଦୃଘଟଣାରେ ସୁପରଭାଇଜରଙ୍କ ମୃତ୍ୟୁ କୁ ନେଇ ସନ୍ଦେହ
|
January 18, 2023 |
