ଯାଜପୁର ୨୪/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ବିଁଝାରପୁର ବ୍ଲକ୍ ଅନ୍ତର୍ଗତ ଖରସ୍ରୋତାମହାବିଦ୍ୟାଳୟ ପରିସରରେ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଧିକରଣ ସଚୀବ ଲିପା ମହାନ୍ତି ଅଧ୍ଯକ୍ଷତା କରିବା ସହିତ ପ୍ରାଧିକରଣ ର ଦାୟିତ୍ୱ ସହ ବିନାମୂଲ୍ଯ ରେ ଯଥୋଚିତ ନ୍ୟାୟ କିପରି ଉପଯୁକ୍ତ ହିତାଧିକାରୀ ପାଇପାରିବେ ସେ ବିଷୟ ରେ ଅବଗତ କରାଇବା ସହ ଆଜିର ଆଲୋଚ୍ୟ ପ୍ରସଙ୍ଗ ସଂପର୍କ ରେ ସୂଚନା ଦେଇଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ଯ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ସାହୁ, ଏସ୍ ଡି ପି ଓ ପ୍ରଶାନ୍ତ କୁମାର ମାଝି, ପ୍ରାକ୍ତନ ପ୍ରାଧିକରଣ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପ୍ରୁଷ୍ଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସଦସ୍ଯ ଶିଶୁ ମଙ୍ଗଳ କମିଟି ଗୀତାଞ୍ଜଳି ଧଳ ଓ ଆଡଭୋକେଟ୍ ଲିପ୍ସିତା ରାଉତରାୟ ପ୍ରମୁଖ ଯୋଗଦେଇ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଙ୍କ ୨୦୧୬ ମସିହା ଏସିଡ୍ ଆକ୍ରମଣ ପିଡିତା ଙ୍କୁ ଯୋଗାଇ ଦିଆଯାଉଥିବା ଯୋଜନା, ନାଲସାର ୨୦୨୪ ମସିହା ଶିଶୁ ଅନୁକୂଳ ଆଇନ୍ ସେବା ସହିତ ଶିଶୁ ମହିଳା ଏବଂ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ହେଉଥିବା ଶୋଷଣ ନିର୍ଯ୍ୟାତନା ତାର ପ୍ରତିକାର ସମ୍ବନ୍ଧ ରେ ବିସ୍ତୃତ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡ ସୁଧାଂଶୁ ଶେଖର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଅଧ୍ୟାପକ ପୂର୍ଣଚନ୍ଦ୍ର ସାମଲ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ସଚେତନତା ସଭା ରେ ବହୁସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ମହାବିଦ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ।
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।
|
September 24, 2026 |



