ସୁନ୍ଦରଗଡ ତା:୫/୧୧/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଞ୍ଚଳ ହୋଇଥିବା କାରଣରୁ ଅନେକ ଦାଦନ କରିବାକୁ ବାହାରକୁ ଯାଉଥିବା ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସହରାଞ୍ଚଳ ପରିବେଶରେ ଫଶି ଗ୍ରାମାଞ୍ଚଳ ର ସରଲ ଲୋକେ ଆତ୍ମହରା ହୋଇ ସର୍ବହରା ହୋଇ ଘରକୁ ଫେରିବା ସହିତ କେତେକ ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି । ଏହାକୁ କେନ୍ଦ୍ର କରି ଆଜି ସବଡେଗା ସଭା ଗୃହରେ ସବଡେଗା ବ୍ଲକ ଅଧିକାରୀ ସଦୀପ ଟପ୍ପୋ ତତ୍ତ୍ଵାବଧାନରେ ଅନୁଷ୍ଠିତ। ହୋଇଯାଇଛି । ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ସହିତ ପ୍ରକୃତ ଭାବେ ଥିବା ଲାଇସେନ୍ସ ପ୍ରାପ୍ତ ଠିକା ସଂସ୍ଥା ବିଷୟରେ ଅବଗତ କରାଇ ବ୍ଲକ ଅଧିକାରୀ ସନ୍ଦୀପ ଟପ୍ପୋ ସଚେତନତାର ଶୁଭାରମ୍ଭ କରିଥିଲେ । ଏହା ସହିତ ଏହି ସଭା ଗୃହରେ ଶ୍ରମିକ ମାନଙ୍କ କାର୍ଯ୍ୟର ଦୈନିକ ମଜୁରୀ, ସୁରଷା ସହିତ ସ୍ୱାସ୍ଥ୍ୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଏହି ସଭା ଗୃହରେ ଦାଦନ ସଚେତନତା ପାଇଁ ପାଲା ମାଧ୍ୟମରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଲକ ଅତିରିକ୍ତ ଶ୍ରମ ଅଧିକାରୀ ସୁଦିପ ସହାନି ଯୋଗଦେଇ ଉପସ୍ଥିତ ରହିଥିବା ପ୍ରତ୍ୟେକ ଶ୍ରମିକମାନଙ୍କୁ ଶ୍ରମ ବିଷୟକୁ ନେଇ ବିଶଦ ଭାବରେ ବୁଝାଇଥିଲେ ।
ଦାଦନ ବିଷୟକୁ ନେଇ ସଚେତନତା କାର୍ଯ୍ୟକ୍ରମ
|
November 6, 2024 |