ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ

Spread the love
  •  
  •  
  •  
  •  
  •  

ଯାଜପୁର, ୨୩/୦୬ (ସନ୍ଧାନ ନିଉଜ) : ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଯାଜପୁର ଜିଲ୍ଳ୍‌ା ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ତଥା ଜିଲ୍ଳ୍‌ା ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଳ୍‌ିକ ଯୋଗଦେଇ ଚୟନ ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ କଳାକାର ମାନଙ୍କୁ ସ୍ୱାଗତ କରିବା ସହ ଜିଲ୍ଳ୍‌ାରେ ଯେପରି କୈାଣସି ଯୋଗ୍ୟ କଳାକାର ଚୟନ ପ୍ରକ୍ରିୟାରୁ ବାଦ ନ ପଡିବେ ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଚ୍ଥି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ାର ବିଭିନ୍ନ ବ୍ଳ୍‌କ ଅଞ୍ଚଳରୁ ବାକି ରହିଯାଇଥିବା ମୋଟ ୬୮ ଜଣ କଳାକାର ବିଚାରପତିଙ୍କ ସମ୍ମୁଖରେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ବିଚାରପତି ଭାବେ ବେଣୁଧର ଜେନା, ପ୍ରତାପ କୁମାର ପଣ୍ଡା ଓ ଉମାକାନ୍ତ ବିଶ୍ୱାଳ ରହିଥିବା ବେଳେ ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା ଓ ତରଣୀସେନ ରାଉତ ସହାୟତା କରିଥିଲେ । ମୋବିଲାଇଜର ଅଶ୍ୱିନୀ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍‌ିକ ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।

Related Posts

About The Author

Add Comment