ଜାଣନ୍ତୁ ଶୁଭ-ଅଶୁଭ ସଙ୍କେତ

Spread the love
  •  
  •  
  •  
  •  
  •  

ଆଗକୁ କ’ଣ ଘଟିବ ଏ ସମ୍ପର୍କରେ ଜାଣିବାକୁ ସମସ୍ତେ ଆଗ୍ରହୀ। କିନ୍ତୁ ଜାଣିବା ସମ୍ଭବ ନୁହେଁ। ପୌରଣିକ ତଥ୍ୟ ଆଧାରରେ ଶୁଭ-ଅଶୁଭର କେତେକ ସଙ୍କେତ ରହିଛି। ଯାହାକୁ ମନୁଷ୍ୟ ବିଚାରକୁ ନେଇ ସଚେତନ ହୋଇପାରିବ। ହେଲେ ଏହାକୁ ଅନେକ ବିଶ୍ଵାସ କରନ୍ତି ନାହିଁ। କେତେକ ଭୁଲ ତର୍ଜମା କରନ୍ତି। ଆଉ କେତେକଙ୍କ ମତ ମନଗଢା କାହାଣୀ। ତଥାପି କିଛି ପୂରଣ ଶାସ୍ତ୍ରକୁ ବିଶ୍ଵାସ କରୁଥିବା ଜ୍ଞାନୀ ବ୍ୟକ୍ତି ଶୁଭ-ଅଶୁଭ ସଙ୍କେତର ସଠିକ ବିଚାର କରି ନିଷ୍ପତ୍ତି ନେଇଥାନ୍ତି। ତେଣୁ ଏଇ ସଙ୍କେତ ସମ୍ପର୍କରେ ଜାଣନ୍ତୁ।

  • ହିନ୍ଦୁ ଧର୍ମରେ ଗାଈ ଗୋମତା। ଯଦି ଘରର ଦ୍ଵାରରେ ଗାଈ ଆସି ଜୋରରେ ହମ୍ମା ରଡ଼ି ଛାଦେ ତେବେ ଏହାର ଅର୍ଥ କୌଣସି ଶୁଭ ଖବର ମିଳିବ।
  • ରାସ୍ତାରେ ଗାଈ ପରିସ୍ରା କରୁଥିବାର ଦେଖିଲେ ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ବିପତ୍ତି ଟଳିଯିବ।
  • ଘର ଭିତରେ ଚୁଚୁନ୍ଦ୍ରା ବୁଲୁଛି ତେବେ ଏହାର ଅର୍ଥ ଧନ ବୃଦ୍ଧି ହୋଇଥାଏ।
  • ବିଲେଇ ରାସ୍ତା କାଟିଲେ ରହିଯିବା ଉଚିତ୍। ଏହା କାର୍ଯ୍ୟରେ ବାଧା ସୂଚନା। ଯଦି ବାହାରକୁ ଯାଉଛନ୍ତି ତେବେ ଏହା ଦୁର୍ଘଟଣାର ସଂକେତ ଦେଇଥାଏ।
  • ଘରୁ ବାହାରକୁ ଯିବା ସମୟରେ କେଉଁଠି ବିଲେଇ କାନ୍ଦୁଥିବା ଦେଖନ୍ତି, ତେବେ ଏହା ପରିବାରରେ ହେବାକୁ ଥିବା କୌଣସି ବଡ଼ ଅଘଟଣର ସଙ୍କେତ ହୋଇଥାଏ।
  • କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିବା ବେଳେ ରାସ୍ତାରେ ବିଲେଇ ଲଢ଼ୁଥିବା ଦେଖିବାକୁ ମିଳେ ତେବେ ବୁଝିବାକୁ ହେବ କାମ ହେବନାହିଁ।
  • ଯାତ୍ରାବେଳେ ବିଲେଇ ମୁହଁରେ ମାଂସ ଟୁକୁରା ନେଇ ଯାଉଥିବା ଦେଖାଯାଏ ତେବେ କାର୍ଯ୍ୟ ସଫଳ ହେବ।
  • ପୋଷା କୁକୁର ଯଦି ଅନେକ ଦିନଧରି କାନ୍ଦୁଛି ତେବେ ଏହାର ଅର୍ଥ ଘର ଉପରକୁ କୌଣସି ବିପଦ ଆସିବ।

Related Posts

About The Author

Add Comment