ସୁନ୍ଦରଗଡ଼ ତା:୦୫-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଜରାଜୀର୍ଣ ଅବସ୍ଥା ରେ ପଡ଼ିରହିଛି ବାଲିଶଙ୍କରା ବ୍ଲକ ତଲସରା ପଞ୍ଚାୟତ ର ଗଣପତି କ୍ଲପ l ଉକ୍ତ କ୍ଲବ ଦୀର୍ଘ ବର୍ଷ ର ଥିବା ବେଳେ ଛାତ ଫାଟି ଜରାଜୀର୍ଣ ଅବସ୍ଥା ରେ ରହିଛି । ଦୁର୍ଘଟଣାର ଆଶଙ୍କା କାରଣରୁ ଗଣପତି କ୍ଲବ ର ସଦସ୍ୟମାନେ ଆମ୍ବଗଛ ତଳେ ବସି ବୈଠକ କରୁଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି l ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳୁ ନ ଥିବା କମିଟି ପକ୍ଷରୁ ସୂଚନା ରହିଛି l ଗ୍ରାମାଞ୍ଚଳରେ ଅନେକ କ୍ଲପ ଗୋଷ୍ଠୀ କେନ୍ଦ୍ର ମାନ ନୂତନ ଭାବେ ସରକାର ଅନୁଦାନରୁ ନିର୍ମାଣ କରିଥିବା ବେଳେ ଏହି କ୍ଲବ ଉପରେ କାହାରି ନଜର ପଡୁ ନ ଥିବା ଗଣପତି କ୍ଲପ ସଦସ୍ୟ ମାନେ ପ୍ରକାଶ କରିଛନ୍ତି l ଓଡିଶା ବିଧାନସଭାର ଉପ ବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀ ଯୁକ୍ତ ଭବାନୀ ଶଙ୍କର ଭୋଇ ଯେବେ ତଲସରା କୁ ଆସିଲେ ଏହି କ୍ଲପ ପାଖରେ ଠିଆ ହୁଅନ୍ତି l ଜରାଜୀର୍ଣ ଅବସ୍ଥା ରେ ପଡ଼ିଥିବା ଗଣପତି କ୍ଲପ କୁ ମଧ୍ୟ ଦେଖନ୍ତି l ଏ କ୍ଲପ ଘର ମରାମତି କିମ୍ବା ନିର୍ମାଣ ବିଷୟରେ ରେ କହିଲେ ହଁ, କରିବା କହି ବାରମ୍ବାର ପ୍ରତିଶୃତି ଦେଇ ଚାଲିଛନ୍ତି କିନ୍ତୁ ତାଙ୍କର ପ୍ରତିଶୃତି ପ୍ରତିଶୃତି ରେ ରେ ରହିଯାଇଥିବା ସୂଚନା ମିଳିଛି l କେବେ ନିର୍ମାଣ କିମ୍ବା ମରାମତି ହେବ ଏହି ଗଣପତି କ୍ଲପ ଦେଖିବାକୁ ବାକି ରହିଲା l
ଜରାଜୀର୍ଣ ଅବସ୍ଥା ରେ ପଡି ରହିଛି ତଲସରା ଗଣପତି କ୍ଲବ l ଅଣଦେଖା କରି ରହିଛି ପ୍ରଶାସନ
|
June 5, 2026 |



