ଜମି ବିବାଦରୁ ହତ୍ୟା ଘଟଣାରେ ୩ ଆସାମୀ ଜେଲ ଗଲେ

Spread the love

ଯାଜପୁର ସଦର, : ୮/୫/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଲାରେ ଜମି ବିବାଦକୁ କେନ୍ଦ୍ରକରି ହତ୍ୟା ଘଟଣାରେ ଯାଜପୁର ସଦର ପୋଲିସି ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି । ଯାଜପୁର ସଦର ସଦର ଥାନା ତ୍ରିଲୋଚନପୁର ଗ୍ରାମରେ ଗୋବିନ୍ଦ ଘଡେଇଙ୍କ ଜାଗାରେ ଘର କରିବା ପାଇଁ ତାଙ୍କ ବଡ଼ ଭାଇ ସୁତା କରିଥିବାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ମାଡପିଟ୍ ହେଇଥିଲା ଯାହା ଫଳରେ ଗୋବିନ୍ଦ ଘଡେଇ ମୃତ୍ୟୁ ବରଣ କରିଥିବା ବେଳେ ଗୋବିନ୍ଦଙ୍କ ପରିବାର ଆହତ ହୋଇ ଥିଲେ । ଏନେଇ ସେମାନେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନେ ହେଲେ ଗୋବିନ୍ଦଙ୍କ ସ୍ତ୍ରୀ କନକ,ପୁଅ ସରୋଜ, ସଂଜୟ ଗୁରୁତର ଆହତ ହୋଇଥିଲେ । ଦିବ୍ୟଜ୍ୟୋତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା । ଏନେଇ ଯାଜପୁର ସଦର ଥାନାରେ ଗୋବିନ୍ଦଙ୍କ ପୁଅ ଏତଲା କରିଥିଲେ । ଏତଲାକୁ ଭିତ୍ତିକରି ପୋଲିସ୍ ତଦନ୍ତ କରୁଥିବା ବେଳେ ହତ୍ୟା ମାମଲା ରୁଜୁକରି ସଦର ଥାନା ପୋଲିସ୍ ତଦନ୍ତ କରୁଥିଲା । ସୋମବାର ଦିନ ସଦର ପୋଲିସ ଏସଆଇ ସୁବାସ ମୁଦୁଲି ଚଢଉ କରି ଅଭିଯୁକ୍ତ ୩ ଜଣକୁ ଗିରଫ କରି ଥିବା ଜଣାଯାଇଛି । ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Related Posts

About The Author

Add Comment