ଜବରଦଖଲ ଉଚ୍ଛେଦକୁ ବିରୋଧ, ଖଣ୍ଡାରେ ହାଣିଦେବାକୁ ଧମକ

ରାଉରକେଲା, ୧୮/୨/୨୦ (ସନ୍ଧାନ ନିଉଜ) : ଇସ୍ପାତ କାରଖାନା ଅଞ୍ଚଳ ହେଉ କି ସରକାରୀ କିମ୍ବା ରେଳ ଜମି ହେଉ । ସବୁ ଜମିକୁ ଜବରଦସ୍ତି କବଜା ପରେ ଚାଲିଛି ଘର ନିର୍ମାଣ । ଜବରଦଖଲ କରିବା ଲୋକ ଏଣିକି ପ୍ରଶାସନକୁ ନାଲି ଆଖି ଦେଖାଉଥିବା ବେଳେ ସହରରେ ରେଳ ବିକାଶ,ସ୍ମାର୍ଟ ସିଟି ବିକାଶ,2023ରେ ହକି ପାଇ ବିକାଶ କାମ କେମିତି ଲାଗୁ ହେବ ତା ଉପରେ ସମସ୍ତଙ୍କ ନଜର । ସରକାରଙ୍କ ଗୃହ ନିର୍ମାଣକୁ ନେଇ କୌଣସି ଯୋଜନା ଲାଗୁ ହେଉ ନ ଥିବାରୁ ଜବରଦସ୍ତି କବଜା କରିବା ଏବେ କରାଳ ରୂପ ନେଇଛି । ଯାହାକୁ ନେଇ ସବୁ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଦେଖାଯାଉଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସାର ନଗରୀରେ । ଘର ଭାଙ୍ଗିବା ପାଇଁ ଯାଇଥିବା ଟିମକୁ କେମିତି ଖଣ୍ଡା ଦେଖାଇ ଧମକ ଦିଆଯାଉଛି । ଏହି ଅଞ୍ଚଳରେ ଦୀର୍ଘ 40 ବର୍ଷ ଧରି ରହିଆସୁଛନ୍ତି ବା ଭଜହରି ରାଉତଙ୍କ ପରିବାର । ବର୍ତ୍ତମାନ ଏହି ସ୍ଥାନରେ ସେ ଏକ ଘର ତିଆରି କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଲ୍ୟାଣ୍ଡଗାର୍ଡ ମାନେ ସେଠାରେ ପହଞ୍ଚି ତାଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଏହି ସମୟରେ ଘର ମାଲିକ ଭଜହରି ଏକ ଖଣ୍ଡା ଧରି ଲ୍ୟାଣ୍ଡଗାର୍ଡ ମାନଙ୍କୁ ମାରିବାକୁ ଧମକ ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଏ ବାବଦରେ ଟାଙ୍ଗର ପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଭଜହରିଙ୍କ ଠାରୁ ଖଣ୍ଡା ଜବତ କରିବା ସହ ତାଙ୍କୁ ଗିରଫ କରି ରବିବାର ଦିନ କୋର୍ଟ ଚାଲାଣ କରିଛନ୍ତି ।

Related Posts

About The Author

Add Comment