ସୁନ୍ଦରଗଡ ତା:୨୭/୮/୨୦୨୬( ସନ୍ଧାନ ନ୍ୟୁଜ) ଓଡ଼ିଶା ଓ ଛତୀଶଗଡ଼କୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ ବା ପୋଲଗୁଡ଼ିକର ସ୍ଥିତି ବର୍ତ୍ତମାନ ବିପଦଜନକ ଅବସ୍ଥାରେ ରହିଛି। ସୂଚନା ଅନୁସାରେ ରାଜ୍ୟ ସୀମାନ୍ତ ଲୁଲକିଡିହି ଓ ଛତିଶଗଡ ସିଂଗିବାହାର ମଝିରେ ଥିବା ବ୍ରିଜ୍ ଦୁଇ ରାଜ୍ୟକୁ ଯୋଡ଼ି ରଖିଥିବା ବେଳେ ଆଜି ତାହା ଶୋଚନୀୟ ସ୍ଥିତିରେ ।ଲଗାଣ ବର୍ଷା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ସୀମାନ୍ତ ଅଞ୍ଚଳରେ ଥିବା ଏହି ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରିଜ୍ ରାସ୍ତା ର ଫାଟି ଯାଉଥିବା ବେଳେ ରାସ୍ତା ତିଆରିରେ ବ୍ୟବହୃତ ଲୁହା ଛଡ଼ ବାହାରିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ରେ ଦୁର୍ଘଟଣା ଘଟିବାର ସମ୍ଭାବନା ବଢୁଛି ଏବଂ ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବ୍ରିଜ୍ ଦେଇ ପ୍ରତିଦିନ ହଜାର ହଜାର ଭାରିଯାନ ଚଳାଚଳ କରୁଥିବାରୁ ଏହା ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ତ୍ତ ବିଭାଗ କେତେକ ସ୍ଥାନରେ ପ୍ରତିବନ୍ଧକ ଓ ସୂଚନା ଫଳକ ଲଗାଇବା ସହିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି। ତା ସହିତ ଯୋଗାଯୋଗ ସୁରକ୍ଷିତ କରିବା ପାଇଁ ଏକ ଦୃଢ଼ ଏବଂ ସ୍ଥାୟୀ ସମାଧାନର ଆବଶ୍ୟକତା ରହି ଥିବା ଅଞ୍ଚଳ ବାସି ସୂତ୍ରରୁ ପ୍ରକାଶ । ଅତିଶୀଘ୍ର ଏଥିପ୍ରତି ସରକାର ଦୃଷ୍ଟି ଦେଇ ବ୍ରିଜ୍ ମରାମତି କାର୍ଯ୍ୟପାଇଁ ଦାବି ହେଉଥିବା ଜଣାପଡ଼ିଛି ।
ରାଜ୍ୟ ସୀମାନ୍ତ ଲୁଲକିଡିହି ଛତିଶଗଡ଼ କୁ ସଂଯୋଗ କରୁଥିବା ବ୍ରିଜର ଅବସ୍ଥା ଶୋଚନୀୟ
|
August 27, 2026 |



