ଜନ୍ମିତ ଝିଅକୁ ଅନ୍ୟ ପୁରୁଷଙ୍କ ସହ ରାତି କାଟିବା ପାଇଁ ରାକ୍ଷସି ମା କହୁଛି

Spread the love

ଅନୁଗୁଳ:   (ସନ୍ଧାନ ନିୟୁଜ୍) ନିଜ ଜନ୍ମିତ ଝିଅକୁ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହ ନିଜେ ମଧ୍ୟ ଅନ୍ୟ ମାନଙ୍କ ସହ ଅବୈଧ ସମ୍ପର୍କ ରଖୁଛି ।ଏଇ କିଛିଦିନ ତଳେ ଫେସ୍‌ବୁକ୍‌ରେ ମାଆର ଅନୈତିକ ସମ୍ପର୍କକୁ ବିରୋଧ କରିିବା ସହ ଏଥିରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା ଏବଂ ଲୋକମାନଙ୍କୁ ସାହାଯ୍ୟ ଚାହୁଁଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଅପଲଡ କରିଥିଲେ ।ବୁଧବାର ଝିଅଟି ଥାଇରଏଡ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି। ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।କିଛିଦିନ ତଳେ ଝିଅଟି ଫେସ୍‌ବୁକରେ ତାର ମାଆ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଥିଲା ‘ମୋର ମାଆର ଅନୈତିକ ସମ୍ପର୍କ ଥିଲା। ତେଣୁ ମୁଁ ଏହାକୁ ବିରୋଧ କରିବାରୁ ସେ ମୋତେ ମାଡ ମାରି ଘରୁ ବାହାର କରି ଦେଇଛି। ତେଣୁ ସୋସିଆଲ ମିଡିଆ ଜରିଆରେ ମୁଁ ଆପଣମାନଙ୍କୁ ସାହାଯ୍ୟ ଭିକ୍ଷା କରୁଛି। ଯଦି ଆପଣମାନେ ମୋତେ ସାହାଯ୍ୟ ନକରନ୍ତି ତେବେ ମୁଁ ଆତ୍ମହତ୍ୟା କରିବି। ଏହା ଛଡ଼ା ମୋ ପାଖରେ ଅନ୍ୟ କିଛି ଉପାୟ ନାହିଁ ବୋଲି ଝିଅଟି କହିଥିଲା।’ଏହି ଭିଡିଓଟି

ADVT

ଗତ ମଇ ୧୮ ତାରିଖ ଅପଲୋଡ କରାଯାଇଥିଲା। ଆଜି ଝିଅଟି ଘରେ ଥିବା ଥାଇରଏଡ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଫଳରେ ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ତେବେ ଅନ୍ୟପକ୍ଷରେ ଝିଅଟି ଅପଲୋଡ କରିଥିବା ଭିଡିଓରେ ତାଙ୍କ ଜଣେ ବନ୍ଧୁ କମେଣ୍ଟ ଦେଇଛନ୍ତି କି, ତୁମେ ବଢ଼ିଲା ଝିଅ, ଏମିତି କି ଘରର ବଡ଼ ଝିଅ ବାହାର ପିଲା ଆଣି ଘର ଲୋକଙ୍କୁ ମାଡ ମାରିବା କ’ଣ ଠିକ୍‌ ? ତାଙ୍କ ବିଷୟରେ କାହିଁ କେହି କିଛି କହୁ ନାହାନ୍ତି ତୁମ ବିଷୟରେ କାହିଁକି କହୁଛନ୍ତି। ଏହାର ଉତ୍ତରରେ ଝିଅଟି ଲେଖିଛି, ବଢ଼ିଲା ଝିଅକୁ ଏପରି କହିବା କ’ଣ ଠିକ୍‌?

Tapan from anugul

Related Posts

About The Author

Add Comment