ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ, ତଦନ୍ତ ଆରମ୍ଭ

Spread the love
ବୈପାରିଗୁଡା,୨/୩ (ସନ୍ଧାନ ନିଉଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚୟତ ର ଚିକୋଟଯୋଡି ଗ୍ରାମରେ ଥିବା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ ବିଭାଗ । ଖବର ନେବାରୁ ଜଣାପଡିଛି ଯେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଟିକଟଯୋଡି ଗ୍ରାମର ଜଣେ ଜୈନେକ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଜଣାପଡିବା ପରେ ପୋଲିସ ପକ୍ଷରୁ ଶିକ୍ଷକଙ୍କୁ ଥାନାକୁ ଆଣି ପଚରା ଉଚରା ଚଲାଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର କନଓ୍ବର ସିଂ ଙ୍କ ନିର୍ଦ୍ଦେଶରେ କୋରାପୁଟ ଅତିରକ୍ତ ଏସପି ନିରଞ୍ଜନ ଦାସ ଓ ଜୟପୁର ଏସଡିପିଓ ଆଇପିଏସ ସାଗରିକା ନାଥ ବୈପାରିଗୁଡା ଥାନାକୁ ଆସି ଘଟଣାର ତଦନ୍ତ କରିବା ସହ ଶିକ୍ଷକକୁ ଅଟକ ରଖିଥିବାର ଜଣାପଡିଛିି । ଏ ନେଇ ବୈପାରିଗୁଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରକ୍ତ ଏସପି ଓ ଏସଡିପିଓ କହିଥିଲେ ଯେ ଯଦି ଘଟଣା ସତ୍ୟ ହୋଇଥିବ ତେବେ ଦୋଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଭାବେ ବୈପାରିଗୁଡା ବିଜେପି ଦଳ ପକ୍ଷରୁ ମଧ୍ୟ ଥାନାକୁ ଯାଇ ଏସଡିପିଓ ଆଇପିଏସ ସାଗରିକା ନାଥକୁ ଦେଖା କରି କହିଥିଲେ ଯେ ଦୋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛାତ୍ରୀ ମାନଙ୍କୁ  ଉପଯୁକ୍ତ ନ୍ୟାୟ  ମିଳୁ ବୋଲି କହିଛନ୍ତି । ଏସଡିପିଓ କହିଛନ୍ତି ଯେ ଯଦି ଘଟଣାର ତଦନ୍ତ ଚାଲିଛି ଯଦି ସତରେ ଶିକ୍ଷକ ଏହିପରି କାର୍ଯ୍ୟ କରିଥିବେ ତେବେ ନିଶ୍ଚୟ ଦଣ୍ଡ ପାଇବେ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ରମେଶ କୁମାର ଦେବତା,ଏସଆଇ ଶ୍ରୀକାନ୍ତ ସାହୁ,ଏସଆଇ ଜିତେନ୍ଦ୍ର ନାୟକ,ଏ ଏସ ଆଇ ଗୋପାଳ ବରାଡ ଙ୍କ ସହ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା

Related Posts

About The Author

Add Comment