ଚଣ୍ଡିଖୋଲ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ସର୍ବଭାରତୀୟ କୋହିନୁର ଆୱାର୍ଡ ପାଇଁ ମନୋନୀତ

Spread the love

ନୂଆଦିଲ୍ଲୀ, ୧୧/୬ (ସନ୍ଧାନ ନିୟୁଜ/ମାନସ ରାଉତ) ଓଡିଶାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ବାବା ଭୌରବାନନ୍ଦ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷା ବିଭାଗର ମୁଖ୍ୟ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା ସର୍ବଭାରତୀୟ କୋହିନୁର ଆୱାର୍ଡ ପାଇବା ପାଇଁ ମୋନନୀତ ହୋଇଛନ୍ତି । ତାଙ୍କର ସମାଜ ମଙ୍ଗଳ କାର୍ଯ୍ୟଧାରା ଏବଂ ଶିକ୍ଷା ବିଭାଗ ବିକାଶ ପାଇଁ ଦିଲ୍ଲୀସ୍ଥିତ ଇକୋନୋମିକ୍ ଗ୍ରୋଥ୍ ପାଉଣ୍ଡେସନ୍ ପକ୍ଷରୁ ଅସନ୍ତା ଜୁନ୍ ୩୦ରେ ରୁଷିଆର ତାକକେଂଟସ୍ଥିତ ୟୁଜବେକିସ୍ଥାନରେ ଆୟୋଜିତ ବର୍ଣ୍ଣାଢ଼୍ୟ ପରିବେଷରେ ତାଙ୍କୁ ଏହି ପଦକ ସୂଚକ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ ପତ୍ର ମାଧ୍ୟମରେ ସୂଚିତ କରାଯାଇଛି । ଏଥିରେ ବହୁ ଜାତୀୟସ୍ତରର ନେତା ଏବଂ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂସ୍ଥାର ସମ୍ପାଦକ ଜିତ୍ ସିଂହ ଜଣାଇଛନ୍ତି । ଶ୍ରୀ ପଣ୍ଡା ପୂର୍ବରୁ ବହୁ ଆନ୍ତଜାର୍ତିୟ ଏବଂ ଜାତୀୟସ୍ତରରୁ ଆୱାର୍ଡ ପାଇଥିବା ଜଣାଯାଇଛି । ତାଙ୍କର ଏହି ଆୱାଡ ପାଇବା ଖବର ପ୍ରଚାରିତ ହେବା ପରେ ବହୁ ଅନୁଷ୍ଠାନ ଏବଂ ଶୁଭେଚ୍ଛୁ ମାନେ ଶୁଭକାମାନା ଜଣାଇଛନ୍ତି ।

Related Posts

About The Author

Add Comment