ଗଣମାଧ୍ୟମ ପ୍ରତିନିଧିଙ୍କ ଆକ୍ରମଣ କରିଥିବା ୩ଗୁଣ୍ଡା ଗିରଫ, ଅନ୍ୟ ୨ଜଣ କେବେ, ପୋଲିସ ଉପରେ ବଢ଼ୁଛି ସନ୍ଧେହ

Spread the love

ଯାଜପୁର/ରସୁଲପୁର, ୧୩/୦୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁରର ବାଲି ମାଫିଆ ଏବଂ ମଦ ମାଫିଆ ମାନେ ଧରାକୁ ସରା ମଣୁଥିବା ବେଳେ ଏମାନଙ୍କ ପାଇଁ ପୋଲିସ ମଧ୍ୟ ଭିତରୁ ମଧୁ ଶୋଷି ଏମାନଙ୍କ କାର୍ଯ୍ୟକୁ ପ୍ରୋସôାହନ ଦେଉଛି । ରାଜେନ୍ଦ୍ରପୁରର ସରପଂଚଙ୍କ ବାହୁ ଛାୟା ତଳେ ରହି ଏମାନେ ପ୍ରତ୍ୟହ ଦିନ ଲିଜ ନଥିବା ବାଲି ଘାଟରୁ ବାଲି ଚାଲାଣା କରିବା ଏବଂ ଦିନ ରାତି ପଂଚାୟତରେ ଚୋରା ମଦ ବେପାର କରିବାରେ ଲାଗିପଡିଛନ୍ତି । ଏମାନଙ୍କ ନାମରେ ଯଦି ଗଣମାଧ୍ୟମ ଖବର ପ୍ରକାଶ କଲା ତେବେ ବିଚ ରାସ୍ତାରେ ଧମକ ଦେବା ଆକ୍ରମଣ କରିବା ଭଳି ଘଟଣା ଲାଗତର ଘଟିବାରେ ଲାଗିଛି । ଏମାନଙ୍କୁ ପୋରକ୍ଷରେ କୁଆଖିଆ ଥାନା ଅଧିକାରୀ ନିଜର ସମସ୍ତ ବୁଧି ଜ୍ଞାନ କୌଶଳ ତାଙ୍କୁ ଧରେଇ ଦେଇଛି । ଏହି ଥାନା ଅଧିକାରୀ ଜଣଙ୍କ ପୁଣି ଅନ୍ୟ ଆସାମୀ ମାନଙ୍କୁ ଧରିବ ନାହିଁ ବୋଲି ରୋକଠୋକ ମନା କରିଦେଇଛି । ଲକ ଡାଉନ ଯୋଗୁ ସାମ୍ବାଦିକ ମାନେ ଧାରଣା ନଦେଇ ସରକାରଙ୍କୁ ସାହାର୍ଯ୍ୟ କରୁଥିବା ବେଳେ ଏହି ସମୟରେ ଏଭଳି ମାରଣାତ୍ମକ ଘଟଣା ଘଟିବାକୁ ନେଇ ସମ୍ବାଦିକ ମାନେ ନିନ୍ଦା କରିଛନ୍ତି । ଅନ୍ୟପଟରେ ଗତ ୬ତାରିଖରୁ ଆମ ପ୍ରତିନିଧି ନାରାୟଣ ରଥଙ୍କୁ ମାରିବାକୁ ଉଦ୍ୟମ କରିଥିବା ବେଳେ ସେଦିନ ରାତିରେ ଏତଲା ଦିଆଯାଇଥିଲା । ଏତଲାକୁ ଆଧାର କରି ଯେଉଁ ଦଫା ଲଗାଇବା କଥା ତାହା ନଲଗା ଯାଇ କୋହଳ ଦଫା ଲଗାଇଥିବାରୁ ଆସମାୀ ମାନେ କୋର୍ଟରୁ ସହଜରେ ଜାମିନ ପାଇଯାଉଛନ୍ତି । ଏତଲା ପରଦିନ ଏକ ପ୍ରତିନିଧି ମଣ୍ଡଳୀ ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । କିନ୍ତୁ କୁଆଖିଆ ଥାନା ଅଧିକାରୀ ଆଜି ସେମାନଙ୍କ ମଧ୍ୟରୁ ବାସୁଦେବ ଜେନାଙ୍କ ପୁଅ ସୁରେଶ କୁମାର ଜେନା ଓରଫ ବାବୁଲି ଏବଂ ଦିପକ କୁମାର ଜେନା ଓରଫ ଦିପୁ, କାଳନ୍ଦି ଜେନାଙ୍କ ପୁଅ ଦିବ୍ୟ ପ୍ରକାଶ ଜେନା ଓରଫ ହାପିଙ୍କୁ ଗିରଫ କରିଥିବା କହୁଥିବା ବେଳେ ଅନ୍ୟ ୨ଆସାମୀ ମାଧବାନନ୍ଦ ପଲେଇ ଏବଂ ବନମାଳି ପଲେଇଙ୍କୁ ଗିରଫ କରିନାହିଁ । ଏପରକି କୌଣସି ଗଣମାଧ୍ୟମ ପ୍ରତିନିଧିକୁ ସୂଚନା ନଦେଇ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି । ଏଠାରେ ପ୍ରଶ୍ନ ଉଠୁଛି ଥାନା ପକ୍ଷରୁ ଆସାମୀ ମାନଙ୍କୁ ଗିରଫ କରିବା ପରେ ଗଣମାଧ୍ୟମକୁ ଦେଇ ସେମାନଙ୍କର ପ୍ରଶ୍ନର ଉତ୍ତର ରଖିବା କଥା ମାତ୍ର ଏଠାରେ ତାହା କରାନଯାଇ ତରବରିଆ ଭାବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ ପାଇଁ ଅନ୍ୟ ମାନଙ୍କୁ ଗିରଫ କରିନାହିଁ କଣ ପାଇଁ । ଏହା ଉପରେ କୁଆଖିଆ ଥାନା ଅଧିକାରୀଙ୍କ ନାମରେ ମାନବ ଅଧିକାର କମିଶନଙ୍କ ପାଖରେ କେସ ହେବା ସହ ଏହା ବିଷୟରେ ଟିଟ୍ ଯୋଗେ ପୋଲିସ ମହାନିଦେ୍ର୍ଦଶକ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପ୍ରଧାନ ମନ୍ତ୍ରୀଙ୍କୁ ଜଣାଯାଇଥିଲ । ସେମାନଙ୍କ ପକ୍ଷରୁ ଖୁବୁ ଶିଘ୍ର କୁଆଖିଆ ଥାନା ଅଧିକାରୀଙ୍କ ନାମରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସୂଚନା ମିଳିଥିବା ବେଳେ ଆଜିର ଗିରଫ ଘଟଣାକୁ ନେଇ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ସନେ୍ଦହ ପରିସରରେ ରଖାଯାଇଛି ।

Related Posts

About The Author

Add Comment