ଖଣିଜ ଚାଲାଣ ନ’ରୋକିଲେ ଜୋରଦାର ଆନ୍ଦୋଳନ

Spread the love

ବାରିପଦା, 29.11.2020 (ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାରେ : ପ୍ରଶାସନିକ ଅଧିକାରୀ ଓ ମାଫିଆମାନଙ୍କ ମଧ୍ୟରେ ସଲାସୁତରାରେ ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ହରିଲୁଟ ହେଉଥିବା ଅଭିଯୋଗ ଆଣିଛି ଭଞ୍ଜସେନା। | ଏହାକୁ ରୋକା ନଗଲେ ଭଞ୍ଜସେନା ଡିସେମ୍ବର । ୨୮ରେ ଜୋରଦାର୍ ଆନ୍ଦୋଳନକୁ ଓହ୍ଲାଇବା | ବୋଲି ଚେତାବନୀ ଦେଇଛି। ଏଥି ସହିତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍) ରୁଦ୍ରନାରାୟଣ ମହାନ୍ତିଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ଦେଶ୍ୟରେ ଏ ବାବଦର ଦାବିପତ୍ର ଦେଇଛି ସଂଗଠନ ଜିଲ୍ଲାରେ ଥିବା ପଥର ଓ ବାଲିଖାଦାନଗୁଡ଼ିକ ମାଇନ୍ୟ ପ୍ଲାନ ଅନୁସାରେ ଚାଲୁଛିକି ନାହିଁ ପ୍ରତ୍ୟେକ ୨ ମାସ । ଅନ୍ତରରେ ମାପ କରାଯାଉ। ଯଦି ନିଲାମଧାରୀ ଲିଜା ସର୍ଷ ଖିଲାପ କରିଥାନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜଙ୍ଗଲକୁ । । ଧ୍ବଂସ କରି ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ। ଏମିତି ୫ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛି ସଂଗଠନ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ମାନସ ବେହେରା, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, କପ୍ତିପଦା ଉପଖଣ୍ଡ ସଭାପତି ରବୀନ ମହାନ୍ତି, ପାଞ୍ଚପୀଢ଼ ଉପଖଣ୍ଡ ସଭାପତି ଦୀପକ ମହାନ୍ତ, ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ, ସମ୍ପାଦକ ଏକେ ରାଜା ଖାନ, ସାଙ୍ଗଠନିକ ସମ୍ପାଦକ ଧନଞ୍ଜୟ ସାହୁ, ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା, ଉପସଭାପତି ରାକେଶ ମହାନ୍ତି, ଉପସଭାପତି ପ୍ରଶାନ୍ତ ମହାକୁଡ଼, ଛାତ୍ର ଉପସଭାପତି ରବୀନ୍ଦ୍ର ସାହୁ, ଛାତ୍ରନେତା ମୁକ୍ତିଦତ୍ତ ପରିଡ଼ା, ଅଭିଷେକ । ମହାପାତ୍ର, ସନ୍ଦୀପ କୁମାର ପୃଷ୍ଟି ପ୍ରମୁଖଙ୍କ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ।

 

Related Posts

About The Author

Add Comment