କେନ୍ଦୁଝର, ୧୪/୬ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଅଁରପୁର ଗ୍ରାମ ଗେଙ୍ଗୁଠି ସାହିର ବିଦେଶୀ ମୁଣ୍ଡା ଗତରାତିରେ ରାଇମଣ ମୁଣ୍ଡା(୩୫)ଙ୍କ ସହିତ କୌଣସି କାରଣରୁ ସାମାନ୍ୟ ଜଗଡା ହୋଇଥିଲା । ଏହାକୁ ନେଇ ବିଦେଶୀ ରାଇମଣଙ୍କୁ ହତ୍ୟାକରି ଏକ ଗଛରେ ଟାଙ୍ଗି ଦେଇଥିବା ରାଇମଣର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଖବର ନେବାରୁ ଜଣାପଡିଛିକି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେବା ସହିତ ମଝିରେ ମଝିରେ ବାପ ଘରକୁ ରାଇମଣ ଚାଲି ଯାଉଥିଲା । ଏହିପରି ଘଟଣା ପ୍ରତ୍ୟହ ଘଟୁଥିବାରୁ ରାଇମଣ ଭାଇ ଗତ ମାସରେ ଘରକୁ ନେଇ ଯାଇଥିଲା । କିଛିଦିନ ପରେ ବିଦେଶୀ ନିଜର ଛୋଟ ଛୋଟ ପିଲା ମାନଙ୍କୁ ନେଇ ଶଶୁର ଘରେ ପହଂଚି ରାଇମଣଙ୍କୁ ଯେତେବୁଝା ସୁଝା କରିଥିଲେ ମଧ୍ୟ ଆସିବା ପାଇଁ ନାରାଜ ହୋଇଥିଲା । ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଡାକି ଏକ ବୁଝାବଣାପତ୍ର ଲେଖା ହେବାପରେ ରାଇମଣର ବାପଘରଲୋକେ ଛାଡିଥିଲେ । ହଠାତ ଆଜି ଶୁଣିବାକୁ ପାଇଲେ ରାଇମଣିର ଶବ ଏକ ଗଛରେ ଝୁଲୁଛି । ସେଙ୍ଗ ସେଙ୍ଗ ପରିବାଲୋକେ ଘଟଣା ସ୍ଥଳରେ ପହଂଚି ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୂଖ୍ୟ ଚିକିସôାଳୟକୁ ପଠାଇବା ସହିତ ବିଦେଶୀ ମୁଣ୍ଡାକୁ ଥାନାରେ ଅଟକରଖି ଅଧିକ ତଦନ୍ତ ଚଳାଉଥିବା ଜଣା ପଡିଛି ।
Report by Nihar Jena, keonjhar