କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବାଣ୍ଟିଲେ ଭତ୍ତା

Spread the love
ସମ୍ବଲପୁର, ୦୬/୧୨ (ସନ୍ଧାନ ନିୟୁଜ): କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଆଶୁ ଚିକତ୍ସା ବିଭାଗର ନୂଆ କୋଠା ଉଦଘାଟିତ । ଏହାକୁ ଗୁରୁବାର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଏହି ଅବସରରରେ ଆଗାମୀ ଦିନରେ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି । ସ୍ଥ୍ୟମନ୍ତ୍ରୀ 5 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରିବା ସହ ଏନଏଫବିଏସ ଯୋଜନାରେ 2 ଜଣଙ୍କୁ ଚେକ ପ୍ରଦାନ କରିଥିଲେ। ଏହାସହ 5 ଜଣ ଭିନ୍ନକ୍ଷମଙ୍କୁ ହ୍ବିଲ ଚେୟାର ପ୍ରଦାନ କରିଥିଲେ ମନ୍ତ୍ରୀ।
କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କିଶୋର ନାଏକ, ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ନାଏକ, ଏସଡିପିଓ ରାଜକିଶୋର ମିଶ୍ର ସମେତ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment