ସୁବର୍ଣ୍ଣପୁର,(ସନ୍ଧାନ ନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଳକ ଅନ୍ତର୍ଗତ ବହଳପଞ୍ଚାୟତ ପଞ୍ଚାୟତ ର ଗୌଡଗାଡ – ଅମରପାଲି ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଏବେ କାଦୁଅ ପଚପଚ ହୋଇପଡିଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲ ଖମା ପୂର୍ଣ୍ଣ ହୋଇପଡିଛି । ଏବେ ଚାଷ ସମୟ ହୋଇଥିବାରୁ ଲୁହା ଚକ ଲାଗିଥିବା ଟ୍ରାକ୍ଟର ସବୁବେଳେ ଯାତାୟତ କରୁଥିବାରୁ ଉକ୍ତ ରାସ୍ତାର ଅବସ୍ଥା ଆହୁରି ସଙ୍ଗୀନ ହୋଇ ପଡିଛି। ଗୌଡଗାଡ ଗ୍ରାମର ପ୍ରାୟ ୨୦ ଟି ପରିବାର ଏହି ରାସ୍ତା ଦେଇ ଅଙ୍ଗନୱାଡି ଓ ସ୍କୁଲ କୁ ଯାଉଥିବା ଛାତ୍ରୀଛାତ୍ର ଏବେ ସ୍କୁଲ ଯାଉ ନ ଥିବା ଅଭିଯୋଗ ହେଉଛି। ଏହା ସହିତ ଅମରପାଲି ହାଇସ୍କୁଲ କୁ ପଢି ଆସୁଥିବା ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯିବା ଅସିବା କରିପାରୁ ନାହାନ୍ତି। ଏହା ବ୍ୟତିତ ଅମରପାଲି ସପ୍ତାହିକ ବଜାର କୁ ମଧ୍ୟ ମହିଳା , ପୁରୁଷ ଏହି ରାସ୍ତାରେ ଯାଇ ପାରୁ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଜନ ପ୍ରତିନିଧିଙ୍କର ଦୃଷ୍ଟି ପଡିପାରୁ ନାହିଁ। ତେବେ ଏହି ରାସ୍ତାର ଉକ୍ତ ସମସ୍ୟାକୁ ଦୃଷ୍ଟି ଦେଇ ଯଥାଶୀଘ୍ର ଏହାର ମରାମତି କାରିବାକୁ ସାଧାରଣରେ ଦାବୀ ହେଉଛି I
ଗୌଡଗlଡ଼-ଅମର ପାଲି ରାସ୍ତା ପାଣି କାଦୁଅରେ ଭର୍ତ୍ତି ଥିବାରୁ ଚାଲି ଚାଲି ଯିବାକୁ ଅମଙ୍ଗ ହୁଅନ୍ତି ଛାତ୍ରଛାତ୍ରୀ
ଗୌଡଗlଡ଼-ଅମର ପାଲି ରାସ୍ତା ପାଣି କାଦୁଅରେ ଭର୍ତ୍ତି ଥିବାରୁ ଚାଲି ଚାଲି ଯିବାକୁ ଅମଙ୍ଗ ହୁଅନ୍ତି ଛାତ୍ରଛାତ୍ରୀ

Related Posts
କ୍ଷତିକାରକ ଫ୍ଲାଇ ଆସ ରେ ମରାମତି କରୁଛନ୍ତି ଗ୍ରାମ୍ୟ ରାସ୍ତା, ବିଭାଗୀୟ କର୍ମଚାରୀ ଓ ସରପଞ୍ଚଙ୍କ ଖାମଖିଆଲି ନୀତି
ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଙ୍କ ସଫଳତା : ସମଗ୍ର କନ୍ଧମାଳ ଜିଲ୍ଲାରେ ଶତକଡା ହାର ୯୭. ୪୫
ରାଜ୍ୟ ସ୍ୱାସ୍ଥ୍ୟ ଟିମ୍ର ଯାଜପୁର ଜିଲ୍ଲା ଗସ୍ତ ଓ କ୍ଷେତ୍ର ପରିଦର୍ଶନ


