ଯାଜପୁର/, ୨୩/୫ (ସନ୍ଧାନ ନିୟୁଜ୍) (ସାଗରିକା ଦଳାଇ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମ ପୁରସ୍ଥ ମୁକୁନ୍ଦପାତ୍ର ଡିଗ୍ରୀ କଲେଜ ର ଅଧ୍ୟାପିକା ସ୍ୱାଗତିକା ରାଉତ (୪୬) ଙ୍କ ର ମୃତ୍ୟୁ ଘଟିଛି। ସେ ମୁକୁନ୍ଦପାତ୍ର କଲେଜ ରେ ୨୦୦୭ ମସିହାରୁ ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପିକା ଭାବେ ଶିକ୍ଷା ଦାନ କରି ଆସୁଥିଲେ। ସେ ଗତ ଫେବୃଆରୀ ମାସ ୧୩ ତାରିଖରେ କଲେଜ ରୁ ନିଜ ଗାଁ କୁ ଫେରୁଥିବା ସମୟରେ ବଳରାମ ପୁର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସେହି ଦିନ ଠାରୁ ଦୁର୍ଘଟଣା ରେ ଆହତ ହୋଇ କଟକ ର ଏସ ବି ଏମ୍ ନାମକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଗୁରୁବାର ସନ୍ଧ୍ୟା ୭.୧୦ ମିନିଟ ରେ ତାଙ୍କର ପରଲୋକ ଘଟିଛି।ସ୍ବର୍ଗତ ଅଧ୍ୟାପିକା ଜଣେ ଶାନ୍ତ ସରଳ, ମେଳାପୀ,ପରୋପକାରୀ,ଛାତ୍ରବତ୍ସଳ ଓ ଧର୍ମପରାୟଣ ମହିଳା ଥିଲେ। ମୁକୁନ୍ଦ ପାତ୍ର ଡିଗ୍ରୀ କଲେଜ ରେ ସେ ୧୭ ବର୍ଷ ହେଲା ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ସ୍ବର୍ଗତ ଅଧ୍ୟାପିକା ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ଭୁସୁଣ୍ଡପୁର ବୋଲି ଜଣାପଡ଼ିଛି।। ତାଙ୍କ ମୃତ୍ୟୁ ଖବର ଜଣା ପଡିବା ପରେ ଆଖପାଖ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ରେ କଲେଜ ର ଅଧ୍ୟକ୍ଷା କବିତା ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷ ଖଗେଶ୍ବର ବାଉଳ,ଯୁକ୍ତ ଦୁଇ ର ଅଧ୍ୟକ୍ଷ ହେମନ୍ତ କୁମାର ଦାଶ, ମନୋଜ କୁମାର ଧୀର, ଅଭିମନ୍ୟୁ ସାହୁ,ସୁଦାମ ଚରଣ ଧଳ, ପ୍ରସନ୍ନ କୁମାର ସ୍ୱାଇଁ, ଜ୍ୟୋତିର୍ମୟୀ ବାସ, କୁମାରେଶ କୁମାର ରାଉତ, ଅସିତ କୁମାର ଭଞ୍ଜ, ନୀଳାଦ୍ରି ବିହାରୀ ସାହୁ, ବିପିନ ବିହାରୀ ରାଉତ, ଜ୍ୟୋତି ରଞ୍ଜନ ଦାଶ, ରଞ୍ଜନ କୁମାର ରାଉତ, ଗୋପାଳ ଚନ୍ଦ୍ର ଦାଶ, ବୁଲୁ ମଲ୍ଲିକ,ସମେତ ଡିଗ୍ରୀ କଲେଜ/ଯୁକ୍ତ ଦୁଇ କଲେଜ ର ଅଧ୍ୟାପକ/ଅଧ୍ୟାପିକା ,କିରାଣୀ, ଅଭିଭାବକ, ପରିଚାଳନା କମିଟିର ସଭ୍ୟ, ଛାତ୍ରଛାତ୍ରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
କଲେଜ ଅଧ୍ୟାପିକା ସ୍ୱାଗତିକା ରାଉତ ଙ୍କ ପରଲୋକ।
|
May 23, 2024 |
