କଣ୍ଟେନମେଣ୍ଟ ମୁକ୍ତ ହେଲା ବିଶ୍ରା ଆସିଆନା ଅଞ୍ଚଳ

Spread the love
ସୁନ୍ଦରଗଡ, ୦୭/୦୫ (ସନ୍ଧାନ ନିଉଜ) :ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ବିଶ୍ରା ଆସିଆନା ଅଞ୍ଚଳକୁ କଣ୍ଟେନମେଣ୍ଟ ମୁକ୍ତ କରିଛନ୍ତି। ପ୍ରଥମ କୋରୋନା ପଜିଟିଭ କେସ ମିଳିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସମ୍ପୂର୍ଣ୍ଣ ସିଲ କରି ଦିଆ ଯାଇଥିଲା।ତେବେ 24 ଦିନ ପରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏହି ଅଞ୍ଚଳକୁ ପରିଦର୍ଶନ କରିବା ସହ କଣ୍ଟେନମଣ୍ଟ ମୁକ୍ତ କରିଛନ୍ତି। କିନ୍ତୁ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯିବ। ସେହିପରି ଗୁଡ଼ଗୁଡ଼ଜୋରରେ କଣ୍ଟେନମେଣ୍ଟ ଜୋନ ଜାରି ରହିବ ବୋଲି କୁହାଯାଇଛି।ସୂଚନା ଥାଉକି, ବର୍ତ୍ତମାନ ସୁଦ୍ଧା ଝାରସୁଗୁଡାରୁ 12 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ 5 ଜଣ ସୁସ୍ଥ ହୋଇ ଫେରିଛନ୍ତି।

Related Posts

About The Author

Add Comment