ଓଡ଼ିଆ ଇସ୍ପାତ ହାଇସ୍କୁଲର ନବକଳେବର ହେବ , ତିଆରି ହେବ ସରକାରୀ ଛାତ୍ରାବାସ !

ରାଉରକେଲା ୨୨/୦୨ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରେ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ସମୟ ଧରି ବନ୍ଦ ପଡ଼ିଥିବା ସାରନଗରୀ  ଓଡ଼ିଆ ଇସ୍ପାତ ସ୍କୁଲର ଭାଗ୍ୟ ବଦଳିବ ଏଥର! ଏହାର ନବକଳେବର ହୋଇ ତିଆରି ହେବ ସରକାରୀ ଛାତ୍ରାବାସ । ମାତ୍ର ଏନେଇ କୌଣସି ବିଧିବଦ୍ଧ ସୂଚନା ମିଳିପାରି ନାହିଁ । ଯଦି ଏହା ହୁଏ ତେବେ  ଇସ୍ପାତ ସ୍କୁଲର ଏହି ଭୂତ କୋଠି ନବବଧୂର ରୂପ ନେଇ ହସି ଉଠିବ ଏଥିରେ ଦ୍ୱିମତ ନାହିଁ । ପୂର୍ବରୁ ଏହି ସ୍କୁଲର ପୁନରୁଉଦ୍ଧାର ପାଇଁ ଏହି ସ୍କୁଲର ୧୯୯୬ ବ୍ୟାଚର ଛାତ୍ରଛାତ୍ରୀ ମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଶୁକ୍ରବାର ଏହି ସ୍କୁଲ କାନ୍ଥରେ ରିଜର୍ଭଡ଼ ଫର ଗର୍ଭମେଂଟ ହଷ୍ଟେଲ ଲେଖା ହେବା ପରେ ଏହାର ଗତିବିଧି ଏକ ପ୍ରକାର ସ୍ପଷ୍ଟ ହୋଇଛି ବୋଲି ଅଂଚଳାବାସୀ ମତ ଦିଅନ୍ତି ।

Related Posts

About The Author

Add Comment