ଆଦିବାସୀ ଅଧିକାର ମହାସମାବେଶରେ ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ରାଷ୍ଟ୍ରୀୟ ସଭାପତି
– ନବୀନ ଶାନ୍ତ ଓ ସ୍ଥିତପ୍ରଜ୍ଞ ଦେଖାଯାଆନ୍ତି କାରଣ ଓଡିଶା ଲୋକଙ୍କ ଭାଷା ବୁଝିପାରନ୍ତି ନାହିଁ
– ରାଜ୍ୟର ଆଦିବାସୀ ମାନଙ୍କ ଅବସ୍ଥା ଦାନ ମାଝୀର ଅବସ୍ଥା ଭଳି
– ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର, ମୋଦିଙ୍କ ଯୋଜନାର ବିଜୁଳିର ଶକ୍ତିକୁ ଲୋକଙ୍କ ପାଖରେ ପହଁଚାଇବାରେ ବିଫଳ
– ନବୀନ ସରକାରକୁ ଉପାଡି ଫୋପାଡି ଦେବାକୁ କଲେ ଆହ୍ୱାନ
– ଆଜିବି ଓଡିଆ ଯୁବକ କାହିଁକି ଦାଦନ ଖଟୁଛି ?
– ଖଣିଜ ସମ୍ପଦରେ ଭରପୁର ଥିଲେ ମଧ୍ୟ କାହିଁକି ଓଡିଶା ସମୃଦ୍ଧ ନୁହେଁ ?
– ଆୟୁଷ୍ମାନ ଭାରତକୁ ଲାଗୁ ନକରି ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଓଡିଆଙ୍କ ପ୍ରତି ଅନ୍ୟାୟ କରିଛି ନବୀନ ସରକାର
– ବିଜେଡି ହେଉଛି କଂଗ୍ରେସର ବି ଟିମ, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ
– ୨ ଦିନିଆ ଜନଜାତି ମହାଧିବେଶନ ସମାପନ
ଭୁବନେଶ୍ୱର, ୪/୨(ସନ୍ଧାନ ନିୟୁଜ): ଓଡିଶାକୁ ଓଡିଆ କହିପାରୁଥିବା, ବୁଝି ପାରୁଥିବା ଜଣେ ମୁଖ୍ୟମନ୍ତ୍ରୀ ଦରକାର। ଓଡିଶାରେ ଆଦିବାସୀ ମାନଙ୍କ ଅବସ୍ଥା ଦାନ ମାଝୀର ଅବସ୍ଥା ଭଳି। ଏଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଲାଜ ଲାଗିବା ଦରକାର। ଆଦିବାସୀ ଭାଇ ଭଉଣୀମାନଙ୍କର ଅବସ୍ଥା ଦେଖିଲେ ଲାଗୁଛି ଏ ନବୀନ ସରକାର କ୍ଷମତାରେ ରହିବାର ଅଧିକାର ନାହିଁ। ରାଜ୍ୟର ପଛୁଆ ଆଉ ଗରିବ ସମାଜ ପାଇଁ ବିଜେଡିର ସରକାର ସମ୍ବେଦନହୀନ। ସବୁଥିରେ ବିଫଳ ଏ ସରକାରକୁ ଉପାଡି ଫୋପାଡି ଦେବା ଦରକାର ବୋଲି ଆକ୍ରମଣାତ୍ମକ ଭାବରେ ବର୍ଷିଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ।
odiapua