ସୁବର୍ଣ୍ଣପୁର/ ସନ୍ଧାନ ନ୍ୟୁଜ: ସୋନପୁର ସଦର ବିଡିଓ ଓ ସାମ୍ବାଦିକ ବିବାଦ ମାମଲାରେ ଗତକାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୁବର୍ଣ୍ଣପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବ୍ଲକ କର୍ମଚାରୀ ଜିଲା ସଦର ମହକୁମାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଇଜି ଏଠାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିବା ପରେ ବ୍ଲକ ଅଞ୍ଚଳର ସମସ୍ତ ବର୍ଗର କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧ୍, ବ୍ଲକର ଇଞ୍ଜିନିୟରର୍ସ ସଂଘ ଆଦି ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ସମର୍ଥନରେ ମତ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଡିଓଙ୍କୁ ସମର୍ଥନ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଆଇଜିଙ୍କ ତଦନ୍ତର ସମ୍ମୁଖୀନ ହେବା ଆଲୋଚନାର ବିଷୟ ହୋଇଛି। ସେପଟେ ସାମ୍ୱାଦିକଙ୍କ ସମର୍ଥନରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଷ୍ଟେଟ ୟୁନିଅନ୍ ଅଫ୍ ଜର୍ଣ୍ଣlଲିଷ୍ଟ (ଏସୟୁଜେ) ପକ୍ଷରୁ ଆନ୍ଦୋଳନ ହୋଇଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଉକ୍ତ ସଂଘ ପକ୍ଷରୁ ଆନ୍ଦୋଳନ ବ୍ୟାପି ଥିବା ଜଣା ପଡ଼ିଛି।
ତାଜା ଖବର
- ସବଡେଗା ଧର୍ମପଦ ମାର୍କେଟ କମ୍ପ୍ଲେକ୍ସ ସ୍ୱଚ୍ଚ ଭାରତ ଅଭିଯାନର ମୁକସାକ୍ଷୀ, ଦୋକାନୀ ହେଉଛନ୍ତି ହଟହଟା
- ଚାରିପ୍ରହର ନାମଯଜ୍ଞାରେ ସବଡେଗା ପରିବେଶ ଆତ୍ମ ବିଭୋର
- ଆୟୁର୍ବେଦ କୁ ନେଇ ସବଡେଗା ରେ ସ୍ବାସ୍ଥ୍ୟ “ପ୍ରୋବେଧା” ର ନୂତନ ସୂର୍ଯ୍ୟ ଉଦୟ
- ଚଳିତ ବର୍ଷ ର ବର୍ଷା ରେ ଘର ଭାଙ୍ଗିଲା ପ୍ରଶାସନ ର ନଜର ପଡୁନି l
- ଗ୍ରାମୀଣ ବ୍ୟାଙ୍କରେ ୨ ବର୍ଷ ହେଲା କାର୍ଯ୍ୟ ବନ୍ଦ’ଦୁର୍ଦ୍ଦିନ ଅବସ୍ଥାରେ ବିସି ପରିବାର’
- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହପାଳିତ
- ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ
- ବାଲିସଙ୍କରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୫-୨୬ ପାଳିତ
- ବାଲିସଙ୍କରା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୫-୨୬ ପାଳିତ
- ଜିଲ୍ଲାରେ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ର ଶୁଭାରମ୍ଭ



