ସୁବର୍ଣ୍ଣପୁର/ ସନ୍ଧାନ ନ୍ୟୁଜ: ସୋନପୁର ସଦର ବିଡିଓ ଓ ସାମ୍ବାଦିକ ବିବାଦ ମାମଲାରେ ଗତକାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୁବର୍ଣ୍ଣପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବ୍ଲକ କର୍ମଚାରୀ ଜିଲା ସଦର ମହକୁମାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଇଜି ଏଠାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିବା ପରେ ବ୍ଲକ ଅଞ୍ଚଳର ସମସ୍ତ ବର୍ଗର କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧ୍, ବ୍ଲକର ଇଞ୍ଜିନିୟରର୍ସ ସଂଘ ଆଦି ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ସମର୍ଥନରେ ମତ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଡିଓଙ୍କୁ ସମର୍ଥନ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଆଇଜିଙ୍କ ତଦନ୍ତର ସମ୍ମୁଖୀନ ହେବା ଆଲୋଚନାର ବିଷୟ ହୋଇଛି। ସେପଟେ ସାମ୍ୱାଦିକଙ୍କ ସମର୍ଥନରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଷ୍ଟେଟ ୟୁନିଅନ୍ ଅଫ୍ ଜର୍ଣ୍ଣlଲିଷ୍ଟ (ଏସୟୁଜେ) ପକ୍ଷରୁ ଆନ୍ଦୋଳନ ହୋଇଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଉକ୍ତ ସଂଘ ପକ୍ଷରୁ ଆନ୍ଦୋଳନ ବ୍ୟାପି ଥିବା ଜଣା ପଡ଼ିଛି।
ତାଜା ଖବର
- ବିଶିଷ୍ଟ ରାଜନେତା ସୁଧୀର ମହାନ୍ତିଙ୍କ ପରଲୋକ
- ବିପଦଜନକ ସ୍ଥିତିରେ ରାଜ୍ୟ ରାଜପଥ ୨୪
- ଟିକିଲିପଡା ମୁଖ୍ୟ ରାସ୍ତା ରୁ ରଉତିଆ ପଡା ଯାଇଥିବା ରାସ୍ତା ସଡ଼କ ଯୋଜନାରୁ ବଞ୍ଚିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମହିଳା ଗୁରୁତର
- ଦାନଗଦି ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
- ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର: ୧୦ ବ୍ଲକର ୨,୮୪,୫୭୮ ଜଣ ପ୍ରଭାବିତ, ୭୭,୬୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର
- ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ସହ “ନିଶା ନିବାରଣ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ”
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରାଜଗାଙ୍ଗପୁର ଏବଂ ସବଡେଗା ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ଆତର୍କିତ ଚଢ଼ାଉ, ୧୫କିଲୋ ୪୫୦ଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ



