ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ଶାଖା ମାନଙ୍କରେ ଜାତୀୟ ଯୁବ ଦିବସ ପାଳିତ

Spread the love
  •  
  •  
  •  
  •  
  •  
କଟକ , ୧୪/୦୧/୨୧ (ସନ୍ଧାନ ନିଉଜ) – କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ଜଗତସିଂହପୁର ଜିଲ୍ଲା ଉପକଣ୍ଠ ରଘୁନାଥପୁର ମଦନମୋହନ ମଠ ପରିସରରେ ମହାନ ଦେଶଭକ୍ତ ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ  କରୋନା କଟକଣା ପାଳନ ପୂର୍ଵକ ନିରାଡ଼ମ୍ବରଭାବେ ପାଳିତ ହୋଇଯାଇଛି ! ଏହି ଉତ୍ସବରେ  ଅତିଥିଭାବେ ବାବା ସୀତାରାମ ଦାସ୍ ମହାରାଜ,ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ ଯୋଗଦାନ କରିଥିବାବେଳେ ଯୁବ ସଂଗଠକ ରଘୁନାଥ ଚୌଧୁରୀ,ଅଶୋକ ଗୁରୁଜୀ,ବିଷ୍ଣୁ ଚରଣ ମାଦେଳୀ,ଚନ୍ଦନ ସେନାପତି,ପ୍ରଦୋଷ ଚୌଧୁରୀ,ଟୁଟୁ ଭୋଇ,ଗୁଲୁ ସେଠୀ,ସୁବାସ ଚନ୍ଦ୍ର ସେଠୀ,ଦେବବ୍ରତ ବରାଳ,ଚିତ୍ତରଞ୍ଜନ ସେଠୀ,ଦିଲ୍ଲୀପ ମିଶ୍ର, ଅମିୟ ବେହେରା,ସଂଜୟ ମଲ୍ଲିକ,ରତ୍ନାକର ପରିଡ଼ା,ଶରତ ମଲ୍ଲିକ,ଦୀପକ ପରିଡ଼ା ପ୍ରମୁଖ ଉପସ୍ଥିତରହି ସ୍ଵାମୀଜୀଙ୍କ ମହାନତାର ସ୍ମୃତିଚାରଣ କରିଥିଲେ ! ବର୍ତ୍ତମାନର ଯୁବପିଢ଼ି ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେଵାକୁ ବ୍ରତଭାବେ ଗ୍ରହଣ କରିବାକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାର୍ବଜନିନ ସ୍ଥରରେ ନିବେଦନ କରିବାସହ ପରିଷଦର ବିଭିନ୍ନ ଶାଖା ମାନଙ୍କରେ ଏହି ଜାତୀୟ ଯୁବଦିବସ ପାଳନ କରାଯାଇ ଥିବାରୁ କାର୍ଯ୍ୟକର୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି

Related Posts

About The Author

Add Comment