ଇନ୍ଧନ ଦର ବଢ଼ିଲା, ମହଙ୍ଗା ହେବ ବିମାନ ଯାତ୍ରା

Spread the love

ନୂଆଦିଲ୍ଲୀ ,୨/୩ (ସନ୍ଧାନ ନିଉଜ) : ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ବିମାନ ଇନ୍ଧନ (ଏଟିଏଫ) ମୂଲ୍ୟ ୮.୧୫ ପ୍ରତିଶତ ବା କିଲୋଲିଟର ପିଛା ୪୭୩୪ ଟଙ୍କା ୧୫ ପଇସା ବୃଦ୍ଧି କରିଛନ୍ତି। ଫଳରେ କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟ ଦିଲ୍ଲୀରେ ୬୨,୭୯୫ ଟଙ୍କା ୧୨ ପଇସାରେ ପହଞ୍ଚି ଯାଇଛି। ଗତ ୪ ମାସ ମଧ୍ୟରେ ପ୍ରଥମ ଥର ପାଇଁ ତେଲ କମ୍ପାନି ଗୁଡ଼ିକ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିମାନ ଇନ୍ଧନ ମୂଲ୍ୟ ଚଳିତବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି। ଗତ ଜାନୁଆରିରେ କମ୍ପାନି ଗୁଡ଼ିକ ବିମାନ ଇନ୍ଧନ ମୂଲ୍ୟରେ ରେକର୍ଡ ୧୪.୭ ପ୍ରତିଶତ (କିଲୋଲିଟର ପିଛା ୯୯୯୦ ଟଙ୍କା) ଏବଂ ଡିସେମ୍ବର ୧ରେ ୧୦.୯ ପ୍ରତିଶତ (କିଲୋଲିଟର ପିଛା ୮୩୨୭ ଟଙ୍କା ୮୩ ପଇସା) ହ୍ରାସ କରିଥିଲେ। ଏଟିଏଫ ମୂଲ୍ୟ ବୃଦ୍ଧି ଏୟାରଲାଇନ୍ସ ଗୁଡ଼ିକ ପାଇଁ ଚିନ୍ତାର ବିଷୟ ପାଲଟିଛି। ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇଥିବାରୁ ଆଗାମୀ ଦିନରେ ଏୟାରଲାଇନ୍ସ ଗୁଡ଼ିକ ବିମାନ ଟିକଟ ମୂଲ୍ୟ ବଢ଼ାଇବା ଆଶଙ୍କା ସୃଷ୍ଟି ହୋଇଛି।

Related Posts

About The Author

Add Comment