ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ: ହାତ ନାହିଁ, ଗୋଡ଼ରେ ଚାଲିଛି କପଡ଼ା ସିଲେଇ! ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଇଚ୍ଛା

Spread the love
ଉଦମପୁର,୧୬/୩ (ସନ୍ଧାନ ନିୟୁଜ): ଇଚ୍ଛା ଥିଲେ ଉପାୟ ଆପେ ଅପେ ଆସେ କଥାଟି ପୁଣି ଥରେ ସତ ପ୍ରମାଣିତ ହୋଇଛି। ଜଣେ ହାତ ନଥିବା ଦିବ୍ୟାଙ୍ଗ ଯୁବତୀ ଗୋଡ଼ରେ କପଡ଼ା ସିଲାଇବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଏହି ସାହସୀ ଓ ନିଆରା ଯୁବତୀ ଜଣକ ହେଉଛନ୍ତି ୨୮ ବର୍ଷୀୟା ମଧୁ। ମଧୁ ତାଙ୍କର ଇଚ୍ଛା ଶକ୍ତି ପାଇଁ ସେ ଦୁନିଆ ଆଖିରେ ଏବେ ଏକ ଉଦାହରଣ ପାଲଟି ଯାଇଛନ୍ତି।

ମଧୁ ହେଉଛନ୍ତି ହାତ ନଥିବା ଜଣେ ଦିବ୍ୟାଙ୍ଗ। ପ୍ରଥମରୁ ସେ ଭଲ ଭାବେ ଚାଲି ପାରୁନଥିଲେ ମଧ୍ୟ। ପରେ ସେ ନିଷ୍ପତ୍ତି ନେଲେ ଯେ ତାଙ୍କ ସ୍ୱାସ୍ଥ୍ୟ ତାଙ୍କ ସ୍ୱପ୍ନର ବାଧକ ନ ହେଉ। ତା’ପରେ ମଧୁ ତାଙ୍କ ପାଦକୁ ସମସ୍ତ ସାମ୍ଭବ୍ୟ ପଥରେ ବ୍ୟବହାର କରି ଚାଲିଲେ।

ମଧୁ ଏବେ ନିଜ ଗୋଡ଼ରେ ମେସିନ୍‌ ଚଳାଇ କପଡ଼ା ସିଲେଇ ପାରୁଛନ୍ତି। ତାଙ୍କ ସ୍ୱପ୍ନ ବିଷୟରେ ଶୁଣିଲେ ଯେକେହି ବି ଆଚମ୍ବିତ ହୋଇଯିବ। ମଧୁ ଚାହିାଁନ୍ତି ଉଦମପୁରରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର କରିବାକୁ। ସେହି କେନ୍ଦ୍ରରେ ତାଙ୍କ ପରି ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶିଳ କରାଇବା ତାଙ୍କ ଲକ୍ଷ୍ୟ।

ମଧୁ ଗଣମାଧ୍ୟମରେ ନିଜ ମତ ରଖି କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ ସମର୍ଥନ ନକଲେ ବି ତାଙ୍କ ସ୍ୱପ୍ନ ତାଙ୍କୁ ସହାୟ ହୋଇଛି। କୌଣସି ବି ଯୁବପିଢ଼ି ନିଜ ସ୍ୱପ୍ନକୁ ଅଧାର ଛାଡ଼ି ଦିଅନ୍ତୁନି। ଯଦିଓ ମୋ ହାତ ଅନ୍ୟମାନଙ୍କ ପରି ନୁହେଁ ତଥାପି ମୁଁ ଏହାକୁ ମୋର ଦୁର୍ବଳତା ବନିବାକୁ ଦେବିନି ବୋଲି ସେ ପ୍ରକାଶ କରିଛନ୍ତି।

 

Related Posts

About The Author

Add Comment