ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

Spread the love

ଯାଜପୁର : ୫ /୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ଭାଗବତୀ ପୁର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶଶି ଭୂଷଣ ମହାପାତ୍ରଙ୍କର ତାଙ୍କ ନିଜ ବାସଭବନ ଭଗବତୀ ପୁର ଗ୍ରାମରେ ପରଲୋକ ହୋଇଯାଇଛି । ଶ୍ରୀ ମହାପାତ୍ର ଶିକ୍ଷକତା ଚାକିରି କରି ଅବସର ନେବା ପରେ ଗ୍ରାମର ମୁରବି ଭାବରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁ ଧର୍ମାନୁଷ୍ଠାନ ସହିତ ଉକ୍ତପୃକ୍ତ ଭାବରେ ବେଶ୍ ପରିଚିତ ଥିଲେ । ଶ୍ରୀ ମହାପାତ୍ରଙ୍କୁ ୧୦ଖଣ୍ତ ଗ୍ରାମର ଜଣେ ବରିଷ୍ଠ ନାଗରିକ ଭାବରେ ବେଶ୍ ପରିଚିତ ଥିଲେ । ଯାହାକି ଶ୍ରୀ ମହାପାତ୍ର ଅସୁସ୍ଥ ହୋଇ ପଡିବାରୁ ଦିର୍ଘ ୧୦ ଦିନ କଟକ ମେଡିକାଲରେ ଆଇସିୟୁରେ ଭର୍ତ୍ତୀ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ମାନେ ବହୁତ ଚେଷ୍ଟା କଲେ ମଧ୍ୟ ଶ୍ରୀ ମହାପାତ୍ରଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଶ୍ରୀ ମହାପାତ୍ରଙ୍କୁ ଭଗବତୀ ପୁର ବାସଭବନକୁ ଅଣାଯାଇଥିଲା । ଗତକାଲି ରାତି ୬ଟା ସମୟରେ ଶ୍ରୀ ମହାପାତ୍ରଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏହି ଗ୍ରାମର ଲୋକ,ବନ୍ଧୁବାନ୍ଧବ, ପାଇଁ ପରିବାର ସଦସ୍ୟ ମାନେ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ମରଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ବାହାର କରାଯାଇ ଶୋକାକୂଳ ପରିବେଶରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ମହାପାତ୍ରଙ୍କ ଉଦ୍ୟମରେ ଭଗବତୀ ଠାକୁରାଣୀଙ୍କ ପିଠରେ ଅଷ୍ଟପ୍ରହରୀ ଶ୍ରୀ ମହାପାତ୍ର ଆରମ୍ଭ କରିଥିଲେ  । ଯାହାକି ଭାଗବତୀ ପୁର ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ତାଙ୍କ ମରଶରୀରକୁ ସ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ଶ୍ରୀ ମହାପାତ୍ରଙ୍କର ୨ ପୁଅ ଗୌରାଙ୍ଗ ଚରଣ ମହାପାତ୍ର ଏବଂ ଗିରିଶି ଚନ୍ଦ୍ର ମହାପାତ୍ର ବାପାଙ୍କୁ ହରାଇ ଭାଙ୍ଗି ପଡିବା ସହିତ ଗୌରାଙ୍ଗ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

Related Posts

About The Author

Add Comment