ଅଖିଳ ଭାରତୀୟ ଅଘରିଆ ସମାଜ, ଓଡ଼ିଶା ପ୍ରଦେଶ
ଗାଙ୍ଗପୁର ଅଞ୍ଚଳ, ସବଡେଗା ଗୁଡ଼ି
ସମୀକ୍ଷା ବୈଠକ-୨୦୨୫
ସୁନ୍ଦରଗଡ ତା:୪/୬/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଓଡ଼ିଶା ପ୍ରଦେଶ ଗାଙ୍ଗପୁର ଅଞ୍ଚଳ ଅନ୍ତର୍ଗତ ସବଡେଗା ଗୁଡ଼ିର ସବଡେଗା ଗ୍ରାମରେ ଆଜି ରାଜ୍ୟ ସଭାପତି ଶ୍ରୀ ଦୀନବନ୍ଧୁ ନାଏକଙ୍କ ତତ୍ତ୍ଵାବଧାନରେ ରାଜ୍ୟ ମହାସମ୍ମିଳନୀ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ କୁମାର ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ସବଡେଗା ଗୁଡ଼ି ସଭାପତି ଶ୍ରୀ ପଞ୍ଚାନନ ନାଏକ ମହା ସମ୍ମିଳନୀର ଆୟ – ବ୍ୟୟର ରିପୋର୍ଟ ଉପସ୍ଥାପନା କରିଥିଲେ । ମଞ୍ଚରେ ଗାଙ୍ଗପୁର ଅଞ୍ଚଳ ସଭାପତି ଶ୍ରୀ ଯଶୋବନ୍ତ ନାଏକ,ବାମଣ୍ଡା ଅଞ୍ଚଳ ସଭାପତି ଶ୍ରୀ ଭବାନୀ ଶଙ୍କର ନାୟକ, ଲଇଡ଼ା ଅଞ୍ଚଳ ସଭାପତି ବିନୟ କୁମାର ଚୌଧୁରୀ,ରାଜୁ ନିର୍ବାଚନ ଅଧ୍ୟକ୍ଷ ଶ୍ରୀ ଦୁର୍ଗାମାଧବ ପଟେଲ, ରାଜ୍ୟ ଉପଦଶ୍ଟା ଶ୍ରୀ ଦିଲୀପ ପଟେଲ, ରାଜ୍ୟ ଯୁବ ସଭାପତି ପୀତବାସ ପଟେଲ, ଗଙ୍ଗପୁର ଅଞ୍ଚଳ ପୂର୍ବତନ ସଭାପତି ପ୍ୟାରୀମୋହନ ପଟେଲ,ରାଜ୍ୟ ସମ୍ପାଦକ ଶ୍ରୀ ସନାତନ ନାଏକ, ଅଞ୍ଚଳ ସ୍ତରରୁ କେନ୍ଦ୍ର ଉପ ସଭାପତି ନରେଶ ଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସମାଜ କୁ ଅଗ୍ରଗତି ଦିଗରେ ନେବାପାଇଁ ସଭାରେ ବିଭିନ୍ନ ଦିଗକୁ ନେଇ ପ୍ରସ୍ତାବ ସହିତ ତାର ସମାଧାନ ସହିତ ସମ୍ବିଧାନର ସଂଶୋଧରେ ଆଲୋକପାତ କରାଯାଇଥିଲା । ଅଞ୍ଚଳ ମଣ୍ଡଳ ସଭାପତି ପ୍ରଦୀପ କୁମାର ନାଏକ ଓ ସୁରେନ୍ଦ୍ର କୁମାର ପଟେଲ, ଲେଫ୍ରିପଦା ମଣ୍ଡଳ ସଭାପତି ଯୁଧିଷ୍ଠିର ଚୌଧୁରୀ,ଗୁଡ଼ି ସଭାପତି ଅଶୋକ ପଟେଲ, ଦିବ୍ୟ କୁମାର ନାଏକ ,ଶ୍ରୀ ଶରତ ପଟେଲ, ଶ୍ରୀ ସୁଶିଲ କୁମାର ନାଏକ,ଶ୍ରୀ ଉଦିତ କୁମାର ନାଏକ, ଆଞ୍ଚଳିକ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ପଟେଲ,କୋଷାଧ୍ୟକ୍ଷ ଶ୍ରୀ ଶିବନାଥ ପଟେଲ,ବଲାଙ୍ଗୀର ଅଞ୍ଚଳର ଦିଗାମ୍ବର ନାଏକ, ବନ୍ଧବାହାଲ ଅଞ୍ଚଳ ର ଗୁଡ଼ି ସଭାପତି ସଞ୍ଜୟ ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ । ରାଜ୍ୟ ସଭାପତିଙ୍କ ଦ୍ଵାରା ସ୍ବର୍ଗତ ମନୋଜ କୁମାର ପଟେଲଙ୍କ ଧର୍ମ ଉପତକୌନ ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ସେବା କାର୍ଯ୍ୟରେ ଶ୍ରୀ ଶୁଭେନ୍ଦୁ ନାଏକ,ବିଶ୍ୱଜିତ୍ ପଟେଲ, ଶ୍ରୀ ଚୁମନମଣି ପଟେଲ, ଶ୍ରୀ କୃଷ୍ଣ ଚନ୍ଦ୍ର ପଟେଲ,ଶ୍ରୀ ରାଜ କୁମାର ନାଏକ,ଶ୍ରୀ ବିଶେଶ୍ୱର ପଟେଲ ,ଶ୍ରୀ ରମାକାନ୍ତ ପଟେଲ,ଶ୍ରୀ ଭୀଷ୍ମ ଦେବ,ଆରି ଗୌରୀ ନାଏକ ପ୍ରଭୃତି ସହଯୋଗ କରିଥିଲେ । ମହିଳା ମାନଙ୍କ ମଧ୍ୟରେ ଶ୍ରୀମତୀ ସ୍ନିଗ୍ଧାରାଣୀ ନାଏକ,ଶ୍ରୀମତୀ କଳ୍ପନା ପଟେଲ, ଶ୍ରୀମତୀ କଳ୍ପନା ନାଏକ, ଶ୍ରୀମତୀ ଜପ୍ନା ପଟେଲ ପ୍ରଭୃତି ଉପସ୍ଥିତ ଥିଲେ ।