ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ

Spread the love

ସୁନ୍ଦରଗଡ ତା:୨୬/୯/୨୦୨୬(ସନ୍ଧାନ ନ୍ୟୁଜ) ସରକାର ରାଜ୍ୟ ର ସବୁ ପଞ୍ଚାୟତ ର ସବୁ ଗ୍ରାମ ରେ ବ୍ୟବସାୟୀ ଦୋକାନୀ ମାନଙ୍କ ପାଇଁ ଦୋକାନ ଦେବା ପାଇଁ ମାର୍କେଟ କମ୍ପ୍ଲେକ୍ସ ମାନ ତିଆରି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ସ୍ଥାନ ରେ ଏପରି ମାର୍କେଟ କମ୍ପ୍ଲେକ୍ସ ଗୁଡିକୁ ଖତ ଖାଉଥିବା ଦେଖିବାକୁ ମିଳିଛି l ହଁ, ଦର୍ଶକ ବନ୍ଧୁ, ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ ତିଳେଇକାନୀ ପଞ୍ଚାୟତ ହୂର୍ମେ ଗ୍ରାମ ର ଡେମ୍ବୁଲ ଗୁଡା ଜଙ୍ଗଲ ଭିତରେ ତିଆରି ହୋଇଥିବା ଦେଖିବାକୁ ମିଳିଛି l ଏଠାରେ କେହି ଦୋକାନୀ ଦୋକାନ ଦେବା ପାଇଁ ସକ୍ଷମ ନୁହନ୍ତି କିମ୍ବା ଏହି ଜଙ୍ଗଲ ଭିତରେ ଜନ ଗହଳି ହେବାର ଦେଖିବାକୁ ମିଳିନି l ଏହି କାମଟି ସମିତି ଫଣ୍ଡ ରୁ ଥିବା ବେଳେ ଏହି କାର୍ଯ୍ୟ ରେ ସମିତି  ଚେୟାରମେନ, ସମିତି ମେମ୍ବର ଙ୍କ ସହିତ ବ୍ଲକ ଅଧିକାରୀ ଏହାର ଫାଇଦା ଉଠାଇ ପକେଟ ଗରମ କରିବା ପାଇଁ ଏପରି ଜଙ୍ଗଲ ମାର୍କେଟ କମ୍ପ୍ଲେକ୍ସ ତିଆରି ହୋଇଥିବା ଜନ ସାଧାରଣ ପ୍ରକାଶ କରିଥିବା ସୁତ୍ରରୁ ପ୍ରକାଶ । ଏମିତି ଅନେକ ପ୍ରକାର ଯୋଜନାରେ ବାଲି ସଙ୍କରା ବ୍ଲକ୍ ସମିତି ଲୋକଙ୍କ ଟଙ୍କାକୁ ନିଜର ପୈତୃକ ସମ୍ପତି ଭାବି ବିଗତ ପାଞ୍ଚବର୍ଷ ହେବ ଲୁଟି ନେଇଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ତାହା ତଦନ୍ତ ଘେରକୁ ନ ଆସିବା ଅଞ୍ଚଳର ଜନତାଙ୍କ ପାଇଁ ଏକ ବଡ ପ୍ରଶ୍ନ? କ୍ରମାଗତ ଭାବରେ ଲୋକଙ୍କ ପ୍ରତିନିଧି ଲୋକଙ୍କ ପଇସାରେ ନିଜ ଅସ୍ଥାବର ସମ୍ପତି ଠିଆ କରିଥିବା ବେଳେ ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ହୋଇ ବସିଛି । ବୋଧ ହୁଏ ଏଥିରେ ଜିଲ୍ଲା ପ୍ରଶାସନର ସମ୍ପୃକ୍ତି ଥିବା ସାଧାରଣରେ ଚିନ୍ତାର ବିଷୟ ପାଲଟିଥିବା ଚର୍ଚ୍ଚା ହେଉଛି। ଦେଖିବାକୁ ବାକି ରହିଲା ଲୋକଙ୍କ ଟିକସ ଟଙ୍କାରେ ବ୍ଲକ ପ୍ରତିନିଧି ଆଉ କେତେଦିନ ନିଜ ପକେଟ୍ ଭର୍ତ୍ତି କରିବେ ଓ ଲୋକେ ତାଙ୍କ ଉପଯୁକ୍ତ ସମାଧାନ ପାଇବେ।

Related Posts

About The Author

Add Comment