ବାରିପଦା ୨୦/୮/୨୦(ଲିଙ୍ଗରାଜ ପଣ୍ଡା):- ସ୍ଥାନୀୟ ଲକ୍ଷ୍ମୀପୋଷିସ୍ଥିତ ସୁବର୍ଣ୍ଣରେଖା କେନାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ମାସା ଆର୍ମୀ ପକ୍ଷରୁ ୪ ଦଫା ସମ୍ବଳିତ ଦାବି ନେଇ ଆଜି ମଙ୍ଗଳବାର ଧାରଣା । ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ସୁବର୍ଣ୍ଣରେଖା କେନାଲ ଆଡିବନ୍ଧ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଗାଡୁଭଙ୍ଗା ସମେତ ଆଖପାଖ ଗ୍ରାମର ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବା, ନିମ୍ନମାନର କାମ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିଲମ୍ବନ ‘ସହ ଠିକାଦାରଙ୍କର ଲାଇସେନ୍ସ ରଦ୍ଦ କରାଯିବା, ଉକ୍ତ କେନାଲର ନିର୍ମାଣ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ପାଇଁ ସଂପୃକ୍ତ ଥିବା ସମସ୍ତ ସୁବର୍ଣ୍ଣରେଖା କର୍ମଚାରୀଙ୍କୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯିବା ଆଦି ଦାବିମାନ । ଅନ୍ତର୍ଭୁକ୍ତ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଗତ ୩୦ ତାରିଖରେ ଗାଡ଼ଭଙ୍ଗା ଗ୍ରାମରେ ସୁବର୍ଣ୍ଣରେଖା କେନାଲ ଆଡିବନ୍ଧ ଭାଙ୍ଗି ଯାଇ ଚାଷୀଙ୍କ ଫସଲ ଉପରେ ପାଣି ମାଡିଯାଇ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇ ନାହିଁ । ମାସା ଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାଣ୍ଡିଙ୍କ ନେତୃତ୍ବରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ଭିଜିଲାନ୍ସ ତଦନ୍ତ ଦାବି ସମେତ ୪ ଦଫା ନେଇ ସୁବର୍ଣ୍ଣରେଖା କେନାଲ ତଥା ବେତନଟୀ କେନାଲ ଡିଭିଜନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଓ ପ୍ରଦାନ କରାଯାଇଛି । ଉକ୍ତ ଦାବିକୁ ସରକାର ଦୃଷ୍ଟି ନ ଦେଲେ ଆଗାମୀ ୭ ଦିନ ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମାସା ଆର୍ମୀର ରାଜ୍ୟ ସଭାପତି ଶ୍ରୀମାଣ୍ଡିଙ୍କ ନେତୃତ୍ବରେ ଜିଲା ସଭାପତି ମୁକେଶ ମାଣ୍ଡି, ବାରିପଦା ଟାଉନ ସଭାପତି ଇଂ ଦିଲ୍ଲୀପ ମାଝୀ, ଜିଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ଫାଣ୍ଡ ମୁର୍ମୁ, ସରୋଜ ନାଏକ, ମୁକେଶ କିସ୍କୁ ଦୁର୍ଗା ମୁର୍ମ, ନାରାୟଣ ସୋରେନ, ଲଛମନ ମାଣ୍ଡି, ବ୍ରଜେଶ ମୁର୍ମ, ବାପି ହାଁସଦା, ଟିଙ୍କୁ ସୋରେନ, ଭାଗବତ ମୁର୍ମ, ତାରାସ ମୁର୍ମ, ଯିଶୁ ଟୁଡୁ, ଅଭିଜିତ ସୋରେନ, ପିଥ ମାଣ୍ଡି, ସୁକୁରା ସିଂ, ସୁବାସ ସିଂ ପ୍ରମୁଖ ସାମିଲ ଥିଲେ ।
ତାଜା ଖବର
- ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମୀକ୍ଷା ବୈଠକ
- ଜିଲ୍ଲା ପରିବେଶ ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
- ମୁକ୍ତି ସଂଗ୍ରାମରେ ୪୨ ମୌଜା ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନ : ଆମ ସଭ୍ୟତାର ମହାର୍ଘ୍ୟ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଧାମନଗର ରେ ଚାଲିଛି ବାଲି ମାଫିଆ ଙ୍କ ରାଜ୍, ପୋଲିସ ନିରବ କାହିଁକି।
- ଉଦ୍ଘାଟନ ହେଲା ବ୍ରହ୍ମବରଦା ଥାନା
- ଯାଜପୁରରେ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ
- ଯାଜପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା) କମିଟିର ତୃତୀୟ ବୈଠକ ଅନୁଷ୍ଠିତ
- ବେହେରାଡ଼ିହି ପଞ୍ଚାୟତ ର ୪ଟି ଗ୍ରାମ ର ବିଦ୍ୟୁତ ଖୁଣ୍ଟ ରୁ ତାର ଚୋରି ନେଇ ଗ୍ରାମବାସି ଘେରିଲେ ବିଦ୍ୟୁତ ସବ ଷ୍ଟେସନ
- ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


