ଯାଜପୁର ସଦର,୧୬/୪/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତସ୍ତ ବାଉତରା ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୩ମେଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଅର୍ଣ୍ଣପୂର୍ଣା ନୋଡାଲ ଉପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦଶରଥପୁର ବ୍ଲକ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ବିମଳ ରାୟ,ନରେନ୍ଦ୍ର ଦାସ,ଦିବାକର ସାମଲ,କୀର୍ତ୍ତନ ମଲ୍ଲିକ,ଗଜେନ୍ଦ୍ର ନାୟକ,କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବିଦ୍ୟାଳୟr ଛାତ୍ର ଛାତ୍ରୀମାନେ ଶିକ୍ଷକ ମାନଙ୍କୁ ଗେଟ ନିକଟରୁ ବାଜା ବଜେଇ ବାଣ ଫୁଟେଇ ସ୍ୱାଗତ କରି ସଭାମଞ୍ଚ ନିକଟକୁ ଆଣିଥିବାବେଳେ ଦିବଂଗତ ଶିକ୍ଷକ ମାନଙ୍କ ପାଇଁ ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ।ପୁରାତନ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସଂମ୍ମାନିତ କରିଥିବାବେଳେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାଟିକୁ ଉଦଘାଟନ କରିଥିଲେ।ବର୍ତମାନ ଅଧ୍ୟୟନ ରତ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତରେ ନୃତ୍ୟ କରିଥିବା ବେଳେ ଅତିଥି ମାନେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିବାରେ ୨୦୦୩ମେଟ୍ରିକ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।
୨୦୦୩ମେଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ
|
April 16, 2026 |



