ସୁନ୍ଦରଗଡ ତା:୩୦/୭/୨୦୨୬(ସନ୍ଧାନ ନ୍ୟୁଜ) ଲଗାଣ ବର୍ଷାରେ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ହଲଦି ବାହାଲ ଗ୍ରାମର ଅନେକ ପରିବାର ଆଶ୍ରୟ ଶୁନ୍ୟ ହେବା ସୂଚନା ମିଳିଛି । ଲଗାଣ ବର୍ଷାରେ ୫୫ ରୁ ଉର୍ଦ୍ଧ୍ୱ ପରିବାର ଙ୍କ ଘର ମାଟିରେ ମିଶିଥିବା ସୂତ୍ରରୁ ପ୍ରକାଶ ।ଏହି ଲଗାଣ ବର୍ଷା ଓ ପବନରେ ଲୋକଙ୍କ ଛପର, ଆଜବେଷ୍ଟର ଉଡାଇ ନେଇ ଭାଙ୍ଗିବା ସହ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଲଗାଣ ବର୍ଷା ଏହି ଗ୍ରାମବାସୀଙ୍କୁ ଚାଲ ଶୁନ୍ୟ କରି ସର୍ବହରା କରିଛି । ଘଟଣା ସ୍ଥଳରେ ହେମଗିରି ତହସିଲଦାର ସାରିକାରିଣୀ ଧମେଲ, ବିଡିଓ ରୀନା ନାଏକ, ଗୋପାଳପୁର ସରପଞ୍ଚ ପୁରବୀ ନାଏକ ସହିତ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲେ । ପୀଡ଼ିତ ଲୋକଙ୍କୁ ଗ୍ରାମର ବିଦ୍ୟାଳୟ ହଷ୍ଟେଲରେ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ଏପରି ଭାବରେ ପ୍ରକୃତିର କରାଳ ରୂପ ଲାଗିରହେ ତା ହେଲେ ଅଞ୍ଚଳର ସାଧାରଣ ଜନତା ସର୍ବହରା ହେବାର ସମ୍ଭାବନା ହେବାର ଆଶଙ୍କା କରାଯାଉଛି ।
ଲଗାଣ ବର୍ଷା ରେ ୫୫ ପରିବାରଙ୍କ ଘର ଭୁଶୁଡ଼ିଲା, ପ୍ରଶାସନ ଦ୍ୱାରା କରାଗଲା ଲୋକଙ୍କୁ ସ୍ଥାନାନ୍ତର
|
July 30, 2026 |



