ରୁଦ୍ରଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ସୁଜନପୁର ପ୍ରଧାନଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା।

Spread the love

ଯାଜପୁର /୧/୬/(ସନ୍ଧାନ ନ୍ୟୁଜ ) ରୁଦ୍ରଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ସୁଜନପୁ ର ପ୍ରଧାନଶିକ୍ଷକ ସୁଧାଂଶୁ ଭୂଷଣ ରାଉତ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରବିବାର ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଦତ୍ତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରଧାନ ଶିକ୍ଷକ ଙ୍କ ବିଦାୟୀ ସଭାରେ ସୁଜନପୁର ସରପଞ୍ଚ ଶ୍ରୀମତୀ ବିଷ୍ନୁପ୍ରିୟା ମହାକୁଡ଼ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁରାତନ ଛାତ୍ର ତଥା ସ୍ଥାନୀୟ ସମିତି ସଭ୍ୟ ନାରାୟଣ ଜେନା, ନାଏବ ସରପଞ୍ଚ ମନୋରମା ଦାସ, ପଞ୍ଚାୟତ ସଭାପତି ବ୍ରହ୍ମାନନ୍ଦ ପଣ୍ଡା, ପୂର୍ବତନ ସରପଞ୍ଚ ଗଣେଶ ମହାକୁଡ଼ ଓ ଅଶୋକ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ମଞ୍ଚାସୀନ ରହି ଶ୍ରୀଯୁକ୍ତ ରାଉତ ଙ୍କ ବିଦ୍ୟାଳୟ ପ୍ରତି ଥିବା ପ୍ରୀତି ବିଷୟରେ ଆଲୋକପାତ କରିବା ସହ ଶେଷ ଦିନରେ ସାମୂହିକ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ପରେ ସାଥି ଶିକ୍ଷକ ମାନେ ତାଙ୍କ ସହ ବିତାଇଥିବା ସମୟ ଓ ତାଙ୍କର କର୍ତ୍ତବ୍ୟ ନିଷ୍ଟା ଦିଗରେ ବିଦ୍ୟାଳୟ ଏକ ମନ୍ଦିର ଭାବେ ପରିଣତି ହୋଇଥିବା କଥା ଉଲ୍ଲେଖ କରିଥିଲେ।

ନିଜର ଅଭିଭାଷଣରେ ପୂର୍ବତନ ସରପଞ୍ଚ ଗଣେଶ ମହାକୁଡ଼ ଏହି ବିଦାୟୀ ଶିକ୍ଷକ ଙ୍କ ଅବଦାନ କହିବା ସମୟରେ ସିଏ ଜଣେ ଧର୍ଯ୍ୟବାନ, ଦାୟିତ୍ୱ ସମ୍ପର୍ଣ୍ଣ ଓ କାମିକା କର୍ମଚାରୀ ବୋଲି କହି ତାଙ୍କର କୀର୍ତ୍ତିମୟ ଗାଥା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଉତ୍ତରତୋର କାମନା କରିଥିଲେ।

ମଞ୍ଚ ପରିଚାଳନା ଶିକ୍ଷକ ବିକ୍ରମ କୁମାର ଦାସ ସଂଚାଳନ କରିଥିବା ବେଳେ ସହଯୋଗୀ ଶିକ୍ଷକ ଅଭୟ କୁମାର ମଲ୍ଲିକ, ପ୍ରକାଶ ସେଠୀ, ଅଂଶୁଲିନି ପତି, ସସ୍ମିତା ପରିଡା, ବାର୍ସବଦତ୍ତା ମିଶ୍ର, ଚିନ୍ମୟୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Related Posts

About The Author

Add Comment