ରାଜ୍ୟରାଜପଥ ୨୪ ମୁଖ୍ୟ ରାସ୍ତାର ଲୋକଙ୍କ ପାଇଁ ଥିବା ପ୍ରତିକ୍ଷାଳୟର ଅବସ୍ଥା ଶୋଚନୀୟ

Spread the love

ସୁନ୍ଦରଗଡ ତା:୯/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏବେ କରୋନା ପ୍ରଭାବକମିଲା ପରେ ରାଜ୍ୟ ସରକାର ଯାନବାହନ ଚଳାଚଳ ପାଇଁ ନିର୍ଦେଶ ଦେଇଛନ୍ତି । ରାଜ୍ୟ ରାଜପଥ ୨୪ନମ୍ବର ମୁଖ୍ୟ ରାସ୍ତାରେ ଥିବା ସବଡେଗା ବ୍ଲକ ପଯ୍ୟନ୍ତ ବଡ଼ମାଲ,ବିରତୁଲା,ପଞ୍ଚ ମହଲା,ମାଳି ଡିହି,ଡୁମ୍ବେର ବାହାଲ,ରଣପୁର ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମର ପ୍ରତିକ୍ଷାଳୟର ସ୍ଥିତି ଶୋଚନୀୟ । ବର୍ଷା ସମୟରେ ପ୍ରତିକ୍ଷାଳୟରେ ଜୀବନ ବଞ୍ଚାଇବା ଏକ ପ୍ରକାର ମୃତ୍ୟୁକୁ ଆମନ୍ତ୍ରଣ ଦେବା ସଦୃଶ ହୋଇଗଲାଣି ।ପ୍ରତ୍ୟେକ ପ୍ରତିକ୍ଷାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିବା ସହିତ ତାର ରକ୍ଷଣାବକ୍ଷଣ ପାଇଁ ପ୍ରଶାସନ ଦୃଷ୍ଟି ନ ଦେବା ଅଭିଯୋଗ ହୋଇଛି । ପ୍ରତିକ୍ଷାଳୟର କାନ୍ଥ ଗୁଡିକ ଫାଟ ସୃଷ୍ଟି ହେବା ସହିତ ଛାତ ର ଲୁହା ଛଡ଼ ଗୁଡିକ ପଦାକୁ ବାହାରି ଘରର ଯେମିତି ଦୁଖକଥା କହୁଛି । ପରିପାଶ୍ୱରେ ଏଭଳି ସ୍ଥିତ ଅଛି ଯେ ରାସ୍ତାର ସମସ୍ତ ପ୍ରତିକ୍ଷାଳୟ ଭୁତ ବଙ୍ଗଳା ସଦୃଶ ଦେଖିବାକୁ ମିଳିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣା ପଡ଼ିଛି । ପ୍ରଶାସନ ଏଥିର ଦ୍ରୁଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment