ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଙ୍କ ଉପସ୍ଥିତ ରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ପାଳିତ ହୋଇ ଯାଇଛି ଭଣ୍ଡାରିପୋଖରୀ ବ୍ଲକର ବହୁ କଂଗ୍ରେସ ଓ ବିଜେଡି କର୍ମୀ ନିଜ ଦଳ ତ୍ୟାଗ କରି ବିଜେପି ରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ର ମୂଖ୍ୟ ଆକର୍ଷଣ ଥିଲେ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା,ବରିଷ୍ଠ ନେତା ଶ୍ରୀଯୁକ୍ତ ଅଜୟ ନାୟକ,ଭଣ୍ଡାରିପୋଖରୀ ବିଧାୟକ ପାର୍ଥୀ ସୁଧାଂଶୁ ଶେଖର ନାୟକ, ଭଦ୍ରକ ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଉପସ୍ଥିତ ରହି ନୂଆ କର୍ମୀ ମାନଙ୍କୁ ଧନ୍ୟବାଦ୍ ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ସନ୍ଧାନ ଦୈନିକ
ଜିଲ୍ଳା ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଭଦ୍ରକ
|
April 15, 2026 |



