ପଦମପୁର ୧୫/୪/୨୬ (ସନ୍ଧାନ ନ୍ୟୁଜ ) ପଦମପୁର ନିକଟସ୍ଥ ବାରିକେଲା ଗ୍ରାମର ନୂଆବସ୍ତିରେ ନବନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଗତ ସୋମବାର ଦିନ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମ ଶ୍ରୀ ପ୍ରମୋଦ କୁମାର ସାମନ୍ତରାୟ ଓ ତାଙ୍କ ପତ୍ନୀ ଶ୍ରୀମତୀ ଝରଣା ସାମନ୍ତରାୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହା ସହିତ କଳଶ ଯାତ୍ରା ଓ ପାରାୟଣ କାର୍ଯ୍ୟକ୍ରମ ମଧ୍ୟ ଭକ୍ତମାନଙ୍କ ସହଭାଗିତାରେ ସଫଳଭାବେ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ଭକ୍ତି ଓ ଉତ୍ସାହର ମହଳ ଦେଖାଯାଇଥିଲା।
ପଦମପୁର ନିକଟସ୍ଥ ବାରିକେଲା ଗ୍ରାମରେ ନୂଆବସ୍ତି ହନୁମାନ ମନ୍ଦିର ପ୍ରତିଷ୍ଠା

Related Posts
ଫିରିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା,୨ ଗୁରୁତର
କୋଇଡା: ଘଞ୍ଚ ଜଙ୍ଗଲ ଭିତରେ ଚାଲିଥିଲା ଖଣି ଚୋରି , ମାଙ୍ଗାନିଜ ବୋଝେଇ ଟ୍ରକ ଜବତ
ପାକ୍ ନୌସେନାର ଅଭିଯୋଗ; ଭାରତୀୟ ନୌସେନାର ସବ୍ମେରିନ୍ ପଶି ଆସଥିଲା ପାକ୍ ଜଳସୀମା ମଧ୍ୟକୁ: ଅଭିଯୋଗର ସତ୍ୟତା ପ୍ରମାଣିତ କରିବାକୁ ଜାରି କଲା ଭିଡିଓ


