ବରଗଡ଼ (ସନ୍ଧାନ ନିୟୁଜ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗ୍ରାମରେ କଳିଆ ଭୁଏ(୭୦)ଙ୍କୁ ପୁତୁରା ମୋହନ ଭୁଏ(୪୬)ଟାଙ୍ଗିଆରେ ହାଣି ହତ୍ୟା କରିଛି । ସମ୍ପତ୍ତି ଲୋଭରେ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି । ଭଟଲି ଥାନା ପୋଲିସ ଏ ନେଇ ଦଫା ୩୦୨ରେ ଏକ ହତ୍ୟା ମାମଲା(ନଂ-୯୫/୧୮) ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ପୁଲିସ ଅଭିଯୁକ୍ତ ମୋହନକୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି।
ପ୍ରକାଶ ଯେ, ହତ୍ୟାକାଣ୍ଡରେ ମୃତ କାଳିଆଙ୍କ ୨ ଝିଅ । ସମସ୍ତେ ବିବାହିତା। ତେବେ କାଳିଆଙ୍କ ପୁଅ ନ ଥିବା ଯୋଗୁ ତାଙ୍କ ସମ୍ପତ୍ତି ଉପରେ ପୁତୁରା ମୋହନଙ୍କ ଦୃଷ୍ଟି ପଡ଼ିଥିଲା । ଫଳରେ ସମ୍ପତ୍ତି ହାତେଇବା ପାଇଁ ସେ କାଳିଆଙ୍କୁ ଅନେକ ସମୟରେ ଧମକଚମକ ଦେଇ ଆସୁଥିଲା ଏବଂ ରାତ୍ରିରେ ଏକ ଟାଙ୍ଗିଆ ଯୋଗେ ତାଙ୍କୁ ହତ୍ୟା କରିଥିଲା । ଭଟଲି ଥାନା ଅଧିକାରୀ ନିରୋଦ ଦାଶ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦାଦନ ଖଟିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକର ମୃତ୍ୟୁ, କମ୍ପାନୀ ମାଲିକ ଓ ସାଥୀ ଶ୍ରମିକଙ୍କ ମିଳିତ ଉଦ୍ୟମରେ ଫେରିଲା ଶବ
- ପେଟ ବ୍ୟଥା ହେବା ଯୋଗୁଁ ଝିଅ ର ମୃତ୍ୟୁ
- ଖବରକାଗଜ ପରିବାର ଓ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ସନ୍ଧାନ ଯାଜପୁର ଜିଲ୍ଲା ପ୍ରତିନିଧି ଗୋପୀନାଥ ଦାଶ
- ସାଇବର ଠକେଇ ଓ କିଶୋରୀ ବାଳିକାଙ୍କ ଅଧିକାର ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା
- ଯାଜପୁରର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅଭିନାଶ ସାଗରଙ୍କ ଯୋଗଦାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରେଙ୍ଗାଲି ଗ୍ରାମ ରେ ବିଦ୍ୟୁତ ଟ୍ରାସଫାର୍ମା ଚୋରି, ଅନ୍ଧାର ରେ ଗ୍ରାମବାସି, ତଲସରା ଥାନା ରେ ଅଭିଯୋଗ
- ସମବେଦନା: ମାନବିକତାର ଶ୍ରେଷ୍ଠ ପରିଚୟ
- Sympathy: The Strength of a Compassionate Society


