ବରଗଡ଼ (ସନ୍ଧାନ ନିୟୁଜ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗ୍ରାମରେ କଳିଆ ଭୁଏ(୭୦)ଙ୍କୁ ପୁତୁରା ମୋହନ ଭୁଏ(୪୬)ଟାଙ୍ଗିଆରେ ହାଣି ହତ୍ୟା କରିଛି । ସମ୍ପତ୍ତି ଲୋଭରେ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି । ଭଟଲି ଥାନା ପୋଲିସ ଏ ନେଇ ଦଫା ୩୦୨ରେ ଏକ ହତ୍ୟା ମାମଲା(ନଂ-୯୫/୧୮) ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ପୁଲିସ ଅଭିଯୁକ୍ତ ମୋହନକୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି।
ପ୍ରକାଶ ଯେ, ହତ୍ୟାକାଣ୍ଡରେ ମୃତ କାଳିଆଙ୍କ ୨ ଝିଅ । ସମସ୍ତେ ବିବାହିତା। ତେବେ କାଳିଆଙ୍କ ପୁଅ ନ ଥିବା ଯୋଗୁ ତାଙ୍କ ସମ୍ପତ୍ତି ଉପରେ ପୁତୁରା ମୋହନଙ୍କ ଦୃଷ୍ଟି ପଡ଼ିଥିଲା । ଫଳରେ ସମ୍ପତ୍ତି ହାତେଇବା ପାଇଁ ସେ କାଳିଆଙ୍କୁ ଅନେକ ସମୟରେ ଧମକଚମକ ଦେଇ ଆସୁଥିଲା ଏବଂ ରାତ୍ରିରେ ଏକ ଟାଙ୍ଗିଆ ଯୋଗେ ତାଙ୍କୁ ହତ୍ୟା କରିଥିଲା । ଭଟଲି ଥାନା ଅଧିକାରୀ ନିରୋଦ ଦାଶ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା
Related Posts
ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା
ଘଟୋଲାର ବଡବାପା ସାଜିଛି ଚଣ୍ଡିଖୋଲ ଗ୍ରାମ ଉନ୍ନୟନ ବିଭାଗ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଏବେ କେଉଁଠି, ଗେଷ୍ଟ ହାଉାସ ଓ ଷ୍ଟାଫ କ୍ୱାର୍ଟର ଭୂତକୋଠି
ପୁଣି ଆରମ୍ଭ ହେଲା ଆଧାର କାର୍ଡ ଅନଲାଇନ୍ ସର୍ଭିସ୍, ଯିବାକୁ ପଡିବନି ଆଧାରକେନ୍ଦ୍ର


