ସୁନ୍ଦରଗଡ ତା:୧୯/୯/୨୦୨୬(ସନ୍ଧାନ ନ୍ୟୁଜ) ବାଲିଶଙ୍କରା ବ୍ଲକ କନାକୁଣ୍ଡ ରେ ନିଖୋଜ ଥିବା ମହିଳା ପ୍ରଜ୍ଞାଶ୍ରୀ ପଣ୍ଡା (୩୯) ଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ସାଙ୍କୋବାହାଲ ଇବ ନଦୀ ଘାଟ ନିକଟରେ ମାଛ ଧରୁଥିବା ଲୋକେ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିନ ପ୍ରାୟ ୧୨ଟା ୩୦ରେ ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହଟି ପ୍ରଜ୍ଞାଶ୍ରୀ ପଣ୍ଡାଙ୍କର ବୋଲି ପରିଚୟ ନିଶ୍ଚିତ ହୋଇଥିଲା । ପ୍ରଜ୍ଞାଶ୍ରୀ ଙ୍କ ଅକାଳ ମୃତ୍ୟୁରେ ତାଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
କନାକୁଣ୍ଡରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
|
September 19, 2026 |



