ଭାରତ ର ମୂଳ ତନ୍ତ୍ର ଗଣତନ୍ତ୍ର। ଗଣତନ୍ତ୍ର ର ସୁରକ୍ଷା ଭାରତ ର ସୁରକ୍ଷା ସହିତ ସମାନ। ଭାରତ ଗୋଟିଏ ସଂଘୀୟ ରାଷ୍ଟ୍ର। ପ୍ରଦେଶ ମାନଂକ ସମିଶ୍ରଣ ରେ ଭାରତବର୍ଷ ର ସୃଷ୍ଟି। ଭାରତ ରେ ବହୁ ଦଳୀୟ ବ୍ୟବସ୍ଥା ରେ ଶାସନ ଚାଲିଛି। କଂଗ୍ରେସ, ବିଜେପି ଜାତୀୟ ଦଳ ହୋଇଥିବା ବେଳେ। ଡି ଏମ କେ, ବିଜୁ ଜନତା ଦଳ, ଟି ଏମ ସି ଭଳି ବହୁତ ଆଞ୍ଚଳିକ ଦଳ ଭାରତ ଭଳି ଦେଶ ରେ ବିଭିନ୍ନ ରାଜ୍ୟରେ ସରକାର ରହି ସାରି ଛନ୍ତି। ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ମମତା ବାନାର୍ଜୀ ଙ୍କ ତୃଣ ମୂଳ କଂଗ୍ରେସ ଏବେ କଂଗ୍ରେସ ରେ ବିଲୀନ ହେବାକୁ ଯାଉଛି। ଏ କଥା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ ଦେଉଛନ୍ତି। ବାସ୍ତବ ରେ ଏ କଥା ସତ୍ୟ ହେବାକୁ ଯାଉଛି। ତୃଣ ମୂଳ କଂଗ୍ରେସ ର ପରାଜୟ ବରଣ ପରେ ଏହି ଦଳ ର ସଂଖ୍ୟାଧିକ ବିଧାୟକ ଓ ସାଂସଦ ବିଜେପି ରେ ମିଶିବା ପାଇଁ ନିଷ୍ପତ୍ତି ନେଇ ଥିବା ଜଣା ପଡିଛି। ଏହାକୁ ଦୃଷ୍ଟି ରେ ରଖି ମମତା ଏବେ କଂଗ୍ରେସ ଶରଣ ରେ। ନୂଆଦିଲ୍ଲୀ କୁ ଆସି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ଭେଟି ଭବିଷ୍ୟତ ରଣନୀତି ପାଇଁ ଆଲୋଚନା କରି ଛନ୍ତି। ରାହୁଲ ଗାନ୍ଧୀ ମମତା ଙ୍କୁ ପଶ୍ଚିମବଙ୍ଗ ର କଂଗ୍ରେସ ସଭାନେତ୍ରୀ କରିବେ ବୋଲି କଥା ଦେଇଛନ୍ତି। ଗଣ ମାଧ୍ୟମ ର ଏହି ଖବର କୁ ତୃଣ ମୂଳ କଂଗ୍ରେସ ର ମୁଖପାତ୍ର ଖଣ୍ଡନ କରିଛନ୍ତି। ସେ କହିଥିଲେ ଏହା ଏକ କାଳ୍ପନିକ ଆଖ୍ୟାନ, ଏହା ମିଥ୍ୟ ତଥ୍ୟ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଜ ସନ୍ଧାନ।
TMC ର ବିଲୟ ହୋଇ ପାରେ କଂଗ୍ରେସ ଦଳରେ
|
June 11, 2026 |



