ଚର୍ଚ୍ଚା ୧- ଜନ୍ମେଜୟ ମିଶିଲା ପରେବି ବଡଚଣା ବଜେଡିର ସଂଖ୍ୟା ବଢ଼ୁନି

Spread the love

ଯାଜପୁର, ୩/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ବେଶ ରୋଚକ ସ୍ଥିତିରେ ବଡଚଣାର ରାଜନୀତି ଚାଲିଥିବା ବେଳେ ଦଳର ମିଶ୍ରଣ କାର୍ଯ୍ୟକ୍ରମ ଲାଗିରହିଛି । ତେବେ ଏଥିରେ ବିଜେପି ବେଜେଡି ଠାରୁ ବେଶ ଭାରି ପଡିଛି । ଆଜି ବିଡଚଣାର ବିଜେପି ବିଧାୟକ ପାର୍ଥୀ ଅମର ନାୟକ ବିରାଟ ଶୋଭାଯାତ୍ରାରେ ନିଜର ପାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ବିଜେଡି କାର୍ଯ୍ୟଳୟରେ ଦଳୀୟ ସଭା କରାଯାଇଛି । ତେବେ ଏହି ଶିବରିରେ ନିକଟରେ ବିଜେଡି ଟିକେଟ ପାଇଁ ଆଶାୟୀ ରହି ଟିକେଟ ନପାଇବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଶ୍ରୀ ଲେଙ୍କା ଓ ତାଙ୍କର କିଛି କର୍ମୀ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦାନ କରିଥିଲେ ମଧ୍ୟ ଆଜି ପୁର୍ନବାର ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଦଳୀୟ ସଭାରେ ମିଶିବା ନେଇ କିଛି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବଡଚଣାରେ ଦ । ଆଜି ବଡଚଣା ବିଜେଡିର ଦଳୀୟ ସଭା ବିଜେଡି କାର୍ଯ୍ୟଳୟ ଆୟୋଜନ କରାଯାଇଥିଲା । ଏଥିରେ ଜନ୍ମେଜୟ ଲେଙ୍କା ଏବଂ ଅମର ଶତପଥୀ ଉଭୟ ଉପସ୍ଥିତ ରହି କର୍ମୀଙ୍କ ଭାଷଣ ଦେଇଥିଲେ । ହେଲେ ଉଭୟ ନେତାଙ୍କ କର୍ମୀ ମିଶିଲା ପରେ ବଢ଼ିବା ବଦଳରେ ସେଠାରେ ବହୁ କମ କର୍ମୀ ରହିଥିଲେ । ଏପରକି ଅନେକ ସିଟ ପାଙ୍କା ରହିଥିବା ବେଳେ ରୋଡ ଉପରେ ବହୁ କର୍ମୀ ଚିଡା ହୋଇଥିଲେ । ତେବେ ସେମାନେ ମଧ୍ୟ ବେଜେଡିର ଆଶତୀଶ ସଂଖ୍ୟା ବଢ଼ୁନଥବା ଚର୍ଚ୍ଚା କରିବା ସହିତ ଅମର ନାୟକଙ୍କ ରାଲିର ବିଶାଳତା ସମ୍ପର୍କରେ ବେଶ ରୋମାଂଚପୂର୍ଣ୍ଣ ବାର୍ତ୍ତାଳାପ କରୁଥିଲେ । ଅନ୍ୟପଟରେ ଜନ୍ମେଜୟ ମିଶିବା ପରେ ମଧ୍ୟ ତାଙ୍କର ସମର୍ଥକ ମାନେ ତାଙ୍କ ପଛରେ ରହିଥିବା ସ୍ପଷ୍ଟ କରିବା ସହିତ ଅମର ଶତପଥୀଙ୍କୁ ଭୋଟ ନଦେଇ ବିରୋଧ କରିବା ଜାରି ରଖିଚନ୍ତି । ଅନ୍ୟପଟରେ ଅନେକ ଜନ୍ମେଜୟଙ୍କ ଆହୁରି ଅନେକ କର୍ମୀ ତାଙ୍କୁ ସିଧାସଳକ ବିରୋଧ ନକରି ଅନ୍ୟପଟରେ ବିରୋଧ କରୁଥିବାର ଚଣ୍ଡିଖୋଲ ଛକରେ କଥା ହାଟରେ ପଡି ଗଡିଲାଣି । ସେମାନଙ୍କ କହିବା କଥା ଯେଉଁ ତୁଣ୍ଡରେ ଅରୁହା ଜନ୍ମେଜୟ କହିଲେ ମଧ୍ୟ ସେହି ତୁଣ୍ଡରେ ଉଷୁନା ହେବନାହିଁ ବୋଲି କହିଥିଲେ । ଯେଉଁ କର୍ମୀ ମାନେ ଜନ୍ମେଜୟଙ୍କ କଥାରେ ଆଗଭର ଥିଲେ ସେମାନେ ଆଜି ବ୍ୟାକସାଇଡରେ ଅମରକୁ ଭୋଟ ଦେବେନି କି ତାଙ୍କ ସପକ୍ଷରେ ପ୍ରଚାର କରିବେ ନାହିଁ ବୋଲି ରାଜନୌତିକ ଚର୍ଚ୍ଚାରେ ଅଂଶ ଗ୍ରହଣ କରି ମନା କରିଥିଳେ । ଏପରିକି କଂଗ୍ରେସର ବହୁ ଛାମୁଆ ନେତା ମାନେ ମଧ୍ୟ ଜନ୍ମେଜୟଙ୍କ କଥାରେ କୌଣସି ପରିସ୍ଥିତିରେ ଅମର ଶତପଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଚର୍ଚ୍ଚା ଚାଲିଛି । ତେବେ ଏସବୁ ଚର୍ଚ୍ଚା ଭିତରେ ବଡଚଣାରେ ବିଜେଡି ଚିତପଟାଙ୍ଗ ମାରିବ ବୋଲି ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

Related Posts

About The Author

Add Comment