ଡିଲର ଲୁଟୁଛନ୍ତି ଟଙ୍କିକିଆ ଚାଉଳ; ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ

Spread the love

ଯାଜପୁର, ୧୧/୩,(ସନ୍ଧାନ ନିୟୁଜ) ମୁଖ୍ୟମନ୍ତ୍ରୀ ଜଣକୁ ଉପାସ ରଖିବାକୁ ଦିଆଯିବନାହିଁ ବୋଲି ଡିଣ୍ଡିମ ପିତୁଥିବା ବେଳେ ତୃଣମୁଳ ସ୍ତରରେ ବାସ୍ତବ ଚିତ୍ର କିନ୍ତୁ ଅଲଗା । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କେ ଜି ଖାଦ୍ୟ ସାମଗ୍ରୀ ଯୋଗାଉ ଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ପରିବାରକୁ ସାମିଲ କରି ଚାଉଳ ଗହମ ଯୋଗାଇ ଦେଉଛନ୍ତି । କିନ୍ତୁ ଏହି ଯୋଜନା ରାଜନୈତିକ ଚାପ ଓ ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ତୃଣମୁଳ ସ୍ତରରେ ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମହିଶରା ପଞ୍ଚାୟତର ରାସନ ହିତାଧିକାରୀ ମାନେ ସ୍ଥାନୀୟ ଡିଲର ବିଷ୍ଣୁ ଚରଣ ସାହୁଙ୍କ ଠାରୁ ଚାଉଳ କିରୋସିନ ନପାଇ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି । ତାଙ୍କର ଡିଲର କୋଡ ନଂ ୧୩୦୬ପି୦୭୭ । ସେ ହିତାଧିକାରୀ ମାନଙ୍କୁ ପ୍ରତେକ ମାସରେ ଚାଉଳ ନଦେଇ ଦୁଇ ତିନିମାସରେ ଥରେ ଦେଉଥିବା ଅଭିଯୋଗ ହେଉଛି । ଏପରିକି ଥରେ ଥରେ ପୁରା ଚାଉଳ ନଦେଇ ବିକ୍ରି କରିଦେଉଥିବା ଅଭି୍େୟାଗ ତାଙ୍କ ନିଜ ଗ୍ରାମ ଝାଟିଆପଡାର ରଶ୍ମିତା ବେହେରା,ମୁଶି ମଳିକ,ପମି ମଳିକ,ସଂଗ୍ରାମ ବେହେରା ପ୍ରମୁଖ ଅନେକ ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଡିଲର ଜଣକ ତାଙ୍କୁ ପ୍ରତେକ ମାସରେ ସଠିକ ସମୟରେ ଚାଉଳ ନଦେଇ ବିଭିନ୍ନ ମିଥ୍ୟା କହି ଠକିଚାଲିଛନ୍ତି । ଦୁଇତିନି ମାସରେ ଥରେ ଅଧେ ମାସକର ଦେଇ ଖାତା ସଜାଡି ଦେଉଛନ୍ତି । ପ୍ରତିବାଦ କରିବାରୁ ଆସନ୍ତା ମାସରେ ପୁରା ଦେଇଦେବି କହି ଠକୁଛନ୍ତି । ଏ ସମ୍ବନ୍ଧରେ ସେମାନେ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେମାନେ ଅଭିଯୋଗ କଲେ ଯୋଗାଣ ଅଧିକାରୀ ତାଙ୍କୁ ସେ ଦେଇଦେବ କହି ବୁଝାଇ ସୁଝାଇ ପଠାଇ ଦେଉଛନ୍ତି ବୋଲି କହିଛନ୍ତି । ଅପର ପକ୍ଷେ ସେ ସେହି ନିର୍ଦ୍ଧିଷ୍ଟ ଲୋକ ପାଖରେ ପହଞ୍ଚô ତୁ ବ୍ଲକ କାହିଁଯାଇଥିଲୁ ତତେ କଣ ବ୍ଲକ ଦେଇଦେବ ବୋଲି କହୁଥିବାର ଅଭିଯୋଗ ହେଉଛି । ଏଥିରୁ ଡିଲର ଓ ଯୋଗାଣ ଅଧିକାରୀଙ୍କ ସହ ସଲାସୁତରାରେ ଏପରି ଲୋକମାନଙ୍କୁ ଠକୁଥିବା ଜଣାଯାଉଛି ।

ଖବର ନେବାରେ ଜଣାଯାଏ ଉକ୍ତ ପଂଚାୟତର ଝାଟିଆପଡା,ବରଡା,ମହିଶରା,ଗୋବରେଶ୍ୱେର ଓ ପାରିକ୍ଷେତ ଗାଁର ୬୦୦ରୁ ଉଦ୍ଧ୍ୱର୍ ରାସନ ହିତାଧିକାରୀ ତାଙ୍କ ଡିଲର ଠାରୁ ରାସନ ସାମଗ୍ରୀ ପାଉବାରୁ ବଂଚିତ ହେଉଛନ୍ତି । ଅଭିଯୋଗ ପ୍ରତେକ ଗାଁରୁ ହେଉଥିଲେ ବି ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏପରିକି ଉସୁନା ଚାଉଳ ଆସିଥିଲେ ବି ଅରୁଆ ଆସିଛି କହି ଲୋକମାନଙ୍କୁ ଭୁଆ ବୁଲାଇ ଠକୁ ଥିବା ଜଣାଯାଇଛି । ଏହି କାରଣରୁ ତାର ଦୁଇମାସର ସାମଗ୍ରୀ ବଣ୍ଟନ ପାଇଁ ଦିଆଯାଇନଥିଲା । କିନ୍ତୁ ସେ ସଲାସୁତରାରେ ପୁଣି ଉଠାଇ ଆଣି ବାଣ୍ଟୁଛି । ବର୍ଷ ବର୍ଷ ଧରି ତା ବିରୁଦ୍ଧରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତା ପ୍ରତି ବିଭାଗ କାହିଁକି ଅନୁକମ୍ପା ପ୍ରଦର୍ଶନ କରୁଆସୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

 

Report- Prasanat Samal

Source- Basanta Pradhan 

Kindly Collector take necessary step against this report 

share and subscribe 

Related Posts

About The Author

Add Comment