ଯାଜପୁର,୪/୧୨, (ସନ୍ଧାନ ନିୟୁଜ) ସୁକିନ୍ଦା ରାଜନୀତିକୁ କବଳିତ କରି ସତ୍ୟର ଆଢୁଆଳରେ ମିଥ୍ୟାର ସୌଦାଗର ସାଜିଥିବା ରାଜନେତାଙ୍କ ଗୁମର ସମସ୍ତେ ଜାଣିଥିଲେ ମଧ୍ୟ ଯେଉଁ ଭୟ ଵାତାବରଣ ସୃଷ୍ଟି କରି ନେତାମାନେ ମାଫିଆଗିରି ଚଳାଇଥିଲେ ଧୀରେ ଧୀରେ ତାଙ୍କର ଦୁର୍ଗ ଭୁଷୁଡିବାରେ ଲାଗିଲାଣି।ଯେଉଁ କେତୋଟି ହାତ ଗଣତି ପରିବାରକୁ ଧରି ଘଡେଇ ପରିବାର ସୁକିନ୍ଦା ଖଣିକୁ ଲୁଟପାଟ କରୁଥିଲେ କାହାକୁ ଅଚିଁହା ନଥିବା ବେଳେ ସୁକିନ୍ଦାର ଚିନ୍ମୟ ବେହୁରା ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରି କରି ମାଫିଆ ଘଡେଇ ବାପ ପୁଅଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରି ଯେଉଁ କେତେଜଣଙ୍କୁ ଧରି ଘଡେଇ ପୁଅ ସୁକିନ୍ଦାରେ ବୁଲୁଛି ସେମାନଙ୍କ ପରିଚୟ ଆଜିର ଭିଜିଲାନ୍ସ ଚଢ଼ାଉରୁ ଲୋକଙ୍କୁ ଭୁଝିବାକୁ କିଛି ବାକି ନାହିଁ।ଏହିମାନେ ଘଡେଇ ପୁଅକୁ ଧରି ସୁକିନ୍ଦା ଲୋକଙ୍କ ସେବା କରିବାକୁ ପଛରେ ଗୋଡାଉଛନ୍ତି ନା ସୁକିନ୍ଦାକୁ ଲୁଟ କରିବାକୁ କଥା ଆଉ ଲୁଚିକରି ନାହିଁ।ସେହି ଲୁଟେରାଙ୍କ ମଧ୍ୟରୁ କିଏ କିପରି ବିଜେଡିରୁ ଟିକେଟ ଆଣିବ ବୋଲିତ ହୁଙ୍କାର ମାରୁଛିତ ଆଉ କିଏ ବିଜେପିରେ ମିଶି ସୁକିନ୍ଦାବାସୀଙ୍କ ସେବା କରିବ ବୋଲି କହୁଛି।କଥାତ ଏବେ ସରକାରଙ୍କ ନଜରକୁ ଗଲାଣି ଓ ସୁକିନ୍ଦାରେ ସମସ୍ତ ଚୋରଙ୍କର ମୁଖା ଆଉ ଯେତିକି ଲୁଚିଛି ଟ୍ରକ ମାଲିକମାନେ ଧୀରେ ଧୀରେ ଓଜନ କଣ୍ଟା ଠାରୁ ଲୋଡ଼ ପାଇବାକୁ ଯାଇ ଯେପରି ଝୁଣ୍ଟି ଖଣ୍ଡିଆ ଖବେରା ହୋଇ ଛଟପଟ ହେଲେଣି ସେମାନେ ଯେ ଆଗକୁ ନିରବ ରହିବେ ଆଉ ସମ୍ଭବ ନୁହେଁ।ତିରିଷ ବର୍ଷ ହେଲେ କେତେ ସହିବେ ଏହି ଚୋର ଡକାୟତଙ୍କ ଜୁଲମ ।ଏବେ ନିଜ ଅବସ୍ଥାକୁ ନେଇ ସୁକିନ୍ଦାରେ ଯେତେ ସଚେତନ ହେଲେଣି ତାହା ମାଫିଆଙ୍କ ହାତରୁ ସୁକିନ୍ଦାର ରାଜନୀତି ସମ୍ପୂର୍ଣ ଯେ ଖସାଇ ଆଣିଲାଣି ଏଥିରେ କୌଣସି ସନ୍ଦେହ ନାହିଁ।ଏପରିକି ସୁକିନ୍ଦାର ଜନ ସାଧାରଣ ଆଗକୁ କିପରି ବଢ଼ିବାକୁ ହେବ ସେଥିପାଇଁ ଯେ ସଜବାଜ ନ ହେଲେଣି କେହି ଅସ୍ବୀକାର କରି ପାରିବେ ନାହିଁ।ଯାହା ପରିବର୍ତନ ଲକ୍ଷ୍ୟରେ ସୁକିନ୍ଦାବାସୀ ଆଉ କୌଣସି ରାଜ୍ୟ ରାଜନୈତିକ ଦଳ ପାଖରେ ଲୁଚିକରି ନାହିଁ।ଶରତ ରାଉତଙ୍କୁ ମାଫିଆ କହି ନ ହେବା ବେଳେ ସେ ସୁକିନ୍ଦାର 30 ବର୍ଷ ମାଫିଆ ରାଜନୀତିର ଯେ ମୂକ ସାକ୍ଷୀ ତାକୁ କେହି ଏଡାଇ ପାରିବେ ନାହିଁ।ଯାହା ଆଗାମୀ ଦିନରେ ସୁକିନ୍ଦା ରାଜନୀତି କିଭଳି ସରଗରମ ହେବାକୁ ଯିବ ନ କହିଲେ ଭଲ।ଯାହାକୁ ଆଖି ଆଗରେ ରଖି ଅନ୍ୟ ରାଜନୈତିକ ଦଳ ଭୁଲ ନିଷ୍ପତ୍ତି କେବେ ନେଇ ସୁକିନ୍ଦାବାସୀଙ୍କ ପାଖରେ କେବେ ଅପଦସ୍ତ ହେବାକୁ ଚାହିଁବେ ନାହିଁ।ଫଳରେ ଶରତଙ୍କ ସହ ଲଢେଇ ପାଇଁ କେଉଁ ଦଳ କାହାକୁ ବାଛୁଛନ୍ତି ଦେଖି ସୁକିନ୍ଦାର ଜନ ସାଧାରଣ କି ନିଷ୍ପତ୍ତି ନେବେ ତାଙ୍କର ଉପଯୁକ୍ତ ନେତୃତ୍ୱ କାହାକୁ ବାଛିବେ ସେତେବେଳେ ହିଁ ନିଷ୍ପତ୍ତି ନେବେ ଏଥିରେ ତିଲେମାତ୍ର କୌଣସି ସନ୍ଦେହ ନାହିଁ ଯାହା ସୁକିନ୍ଦାର ବରିଷ୍ଠ ସଚେତନ ନାଗରିକମାନେ କହିବା ଲୁଟେରାମାନଙ୍କ ନିଦ ହଜାଇ ଦେଲାଣି।
ସୁକିନ୍ଦା ରାଜନୀତି: ଶରତଙ୍କୁ ଟକର ଦେବ କିଏ
|
December 5, 2018 |


