ସୁନ୍ଦରଗଡ଼ ତା:୧୫-୦୩-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଯେମିତି ଯେମିତି ଗ୍ରୀଷ୍ମ ର ପ୍ରଖର ଖରା ବଢିବାକୁ ଲାଗିଛି ସେମିତି ସେମିତି ଗ୍ରାମାଞ୍ଚଳ ରେ ପିଇବା ପାଣି ର ଅଭାବ ଦେଖିବାକୁ ମିଳୁଛି l ଗ୍ରାମାଞ୍ଚଳ ର ଲୋକେ ଟୋପାଏ ପିଇବା ପାଣି ପାଇଁ ଦୂର ଦୁରାନ୍ତ କୁ ଯାଇ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି l ଏପରି ଅସୁବିଧା ବାଲିଶଙ୍କରା ବ୍ଲକ ଶାଗବାହାଲ ଗ୍ରାମ ପଞ୍ଚାୟତ ର ଦାଣ୍ଡପାନୀ ଗ୍ରାମରେ ଦେଖିବାକୁ ମିଳିଛି l ଏଠାରେ ଏକ ସୋଲାର ପମ୍ପ ଥିଲେ ମଧ୍ୟ ଖରାପ ହୋଇପଡ଼ିଛି l ପମ୍ପ ଖରାପ ହୋଇ ପଡ଼ିଥିବା ବେଳେ ବାଲିଶଙ୍କରା ବିଭାଗୀୟ କର୍ମଚାରି ବାହାର କରି ମରାମତି କରିବା ପାଇଁ ଆଣି ଥିବା ବେଳେ ଆଜକୁ ୩ରୁ ୪ମାସ ହେବ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ । ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାୟୀୟ ଜନୈକ ବ୍ୟକ୍ତି ନିଜ ଘରୁ ଏକ ମଟର ମେସିନ ଲଗାଇ ବ୍ୟକ୍ତି ଗତ ଭାବରେ ନିଜର ବାଡ଼ି ବଗିଚା ରେ ପାଣି ଲଗାଇ ଚାଷ କରୁଥିବା ସୂଚନା ମିଳିଛି l ଏସବୁ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଏଥିରେ ଧ୍ୟାନ ନ ଦେବା ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ଚର୍ଚ୍ଚା ହେଉଛି। କେବେ ଏହି ଅଞ୍ଚଳ ରେ ପାଣି ର ସମସ୍ୟା ଦୁର ହେବ ତାହା ଦେଖିବାକୁ ବାକି ରହିଲା ।
ଦାଣ୍ଡପାନୀ ଗ୍ରାମରେ ସୋଲାର ପମ୍ପ ଅଚଳ ଅବସ୍ଥାରେ, ଗ୍ରୀଷ୍ମ ଦିନ ଆରମ୍ଭରୁ ପାଣିର ସଙ୍କଟ
|
March 15, 2026 |



