ଟ୍ରାକ୍ଟରରେ ମାଟ୍ରିକ୍ ପରୀକ୍ଷାର୍ଥୀ ବୁହା ହେବା ଘଟଣା : ଜିଲ୍ଲାପାଳ ଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ କଲା ମଙ୍ଗଳ ବିଭାଗ

Spread the love
ବାଲିଗୁଡା : ୨୬/୨/୨୬  (ସନ୍ଧାନ ନ୍ୟୁଜ)  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ସ୍ଥିତ  ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ମାଟ୍ରିକ୍ ପରୀକ୍ଷାର୍ଥୀ ଟ୍ରାକ୍ଟର ରେ ମାତ୍ର ୩ କି.ମି. କୁଡୁତୁଲି ବିଦ୍ୟାଳୟ କୁ ବୁହା ହେବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏ ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ପାଇଁ ବିହିତ ପଦକ୍ଷେପ ନେଇଛି ପ୍ରଶାସନ l ଅତିରିକ୍ତ ମଙ୍ଗଳ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ  କରିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଓ ଏଥିପାଇଁ କିଏ ଦାୟୀ ସେ ନେଇ ଅନୁସନ୍ଧାନ ଜାରୀ ରଖିଛନ୍ତି ଏଡିଡବ୍ଲ୍ୟୁଓ। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି । ଅପରପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ କହିଛନ୍ତି ଯେ, ସମ୍ପୃକ୍ତ ବିଦ୍ୟାଳୟ ମଙ୍ଗଳ ବିଭାଗ ଅଧୀନରେ ଥିବାରୁ ମଙ୍ଗଳ ଅଧିକାରୀ ଏହାର ତଦନ୍ତ କରୁଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ଏବିଇଓ ଚୈତନ୍ୟ କହଁରଙ୍କ ଘଟଣା ସମ୍ପର୍କରେ ସବିଶେଷ ତ‌ଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛନ୍ତି ବିଇଓ। ସୂଚନା ଯୋଗ୍ୟ ଯେ, କ.ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। କେନ୍ଦ୍ରଟି ବିଦ୍ୟାଳୟ ଠାରୁ ପ୍ରାୟ ୩  କିମି ଦୂର । ଗତ ୧୯ ତାରିଖରେ ରେ ଛାତ୍ର ଛାତ୍ରୀ ମାନେ ଟ୍ରାକ୍ଟରରେ ବସି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related Posts

About The Author

Add Comment