ସୁନ୍ଦରଗଡ଼ ତା:୦୫-୦୨-୨୦୨୬ (ସନ୍ଧାନ ନ୍ୟୁଜ /ରାଜୁ ପଟେଲ) ଷୋଡ ବଂଶୀୟ ଗୋଣ୍ଡ ସମାଜ ବ୍ଲକ ସ୍ତରୀୟ ବାର୍ଷିକ ଜଂଘାବଡଦେଓ ପୂଜା ମହୋତ୍ସବ କାର୍ଯ୍ୟକ୍ରମ ସବଡେଗା ରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପାରିକ ରୀତିନୀତି ଅନୁସାରେ ସବଡେଗା ବଡଦେଓ ମନ୍ଦିରରେ ପୂଜକ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ । ଆଶୀର୍ବାଦ କାମନା ପାଇଁ ଅନେକ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ସମୟରେ କଳସ ଯାତ୍ରା ହୋଇଥିବା ବେଳେ ପୂଜା ସମାପନ ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ମଧ୍ୟାହ୍ନ ପରେ ଜଂଘାବଡଦେଓ ସବଡେଗା ସ୍ଥିତ ନିଜ ଭବନ ରୁ ବାହାରି ସବଡେଗା ସ୍ଥିତ ଜଗନ୍ନାଥ ମନ୍ଦିର ସହିତ ସମଲେଇ ମା’ ମନ୍ଦିର ବୁଲିବାକୁ ଯାଇଥିଲେ ।ଏହି ସମୟରେ ଅଞ୍ଚଳ ର ପ୍ରତ୍ୟେକ ଭକ୍ତ ତାଙ୍କର ଦର୍ଶନ କରି କୃପାଲାଭ କରିଥିଲେ।
ସବଡେଗା ରେ ଜଂଘାବଡଦେଓ ଙ୍କ ବାର୍ଷିକ ପୂଜା ମହୋତ୍ସବ-୨୦୨୬ ଅନୁଷ୍ଠିତ
|
February 5, 2026 |



