ଯାଜପୁର, ୧୭/୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ) ଜେନାପୁର ୧୭/୦୨ ନିକଟରେ ଜାମ୍ମୁକାଶ୍ମୀରର ପୁଲ୍ୱାମାଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ୍ ହୋଇଥିବା ୪୫ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ୪୦ରୁ ଅଧିକ ଆହତ ହୋଇଥିବା ଯବାନଙ୍କ ଆଶୁ ଆରୋଗ୍ୟ କାମନା ଉଦେ୍ଦଶ୍ୟରେ ଶନିବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ତରଫରୁ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ କର୍ମୀ ବିନାୟକ ପାତ୍ରଙ୍କ ଆବାହକତ୍ୱରେ ତଥା ମନୋଜ କୁମାର ଧୀରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଗିରିଗାରିମା ମହାନ୍ତି, ନିରଞ୍ଜନ କୁଣ୍ଡୁ, ମଦନ ମୋହନ ସାହୁ, ପଙ୍କଜ ପରିଡା, କମଳାକାନ୍ତ ପାତ୍ର, ନେତ୍ରା ନନ୍ଦ ପାତ୍ର, ସୁବ୍ରତ ସାହୁ. ଦେବେନ୍ଦ୍ର ବେହେରା, ରଂଗାଧର ସାହୁ, କିଶୋର ନାରାୟଣ ନାଥ, ରବିନ୍ଦ୍ର ରାଉତ, ରାମଚନ୍ଦ୍ର ରାଉତ, ସଞ୍ଜୟ ବେହେରା ପ୍ରମୁଖ ଯୁବାବର୍ଗ ଏବଂ ସାମ୍ବାଦିକ ସୁଶାନ୍ତ କୁମାର ଖଟୁଆ ଓ ସୁନିଲ୍ କୁମାର ଶତପଥୀଙ୍କ ସମେତ କବାଟବନ୍ଧ ବଜରଂଗୀ ଦଳର ସଭ୍ୟମାନେ ବହୁସଂଖ୍ୟାରେ ସାମିଲ୍ ହୋଇ ସନ୍ଧ୍ୟା ୬ଘଟିକା ସମୟରେ ଏକ ଶୋଭାଯାତ୍ରାରେ ଜ୍ୱଳନ୍ତ ମହମବତୀ ଧରି ଏବଂ ‘ସହିଦ୍ ଯବାନ ଅମର ରହେ’ ନାରାବାଜି ଦେଇ ସ୍ଥାନୀୟ ମୁକୁନ୍ଦପାତ୍ର ବିଦ୍ୟାପୀଠ ଖେଳପଡିଆଠାରୁ କବାଟବନ୍ଧ ବଜାର ପର୍ଯ୍ୟନ୍ତ ଆଖପାଖ ଗ୍ରାମଗୁଡିକୁ ପରିକ୍ରମା କରିଥିଲେ । ଶେଷରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ଉଦେ୍ଦଶ୍ୟରେ କଟୁ ସମାଲୋଚନା କରିବା ସହିତ ଜଗନ୍ନାଥ ମନ୍ଦିରରେ ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମିତ୍ତ ଭକ୍ତି ଅର୍ଘ୍ୟ ଅର୍ପଣ ପୂର୍ବକ ୨ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଜଣାଇଥିଲେ ।
ତାଜା ଖବର
- କାଳୀପୂଜା ଉପଲକ୍ଷେ ଯାଜପୁର ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା
- ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଅନୁଷ୍ଠାନର ସମୀକ୍ଷା କଲେ ଜିଲ୍ଲା ନୋଡାଲ ଅଫିସର ଡ. ମୃଣାଳିନୀ ଦର୍ଶୱାଲ
- ଯାଜପୁରରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ
- ଯାଜପୁର ଜିଲ୍ଲାରେ ‘ବାଲ ବିବାହ ମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- AIMS ଭୁବନେଶ୍ୱର ପରିସର ରେ ନୂତନ ପୋଲିସ ଫାଣ୍ଡି ଉଦଘାଟିତ।
- ଠିକାଦାରଙ୍କ ଅବହେଳାରୁ ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ ପତେଇମୁଣ୍ଡା ଗ୍ରାମ ଟେଂଗେରା ତଳ ପଡ଼ାବାସୀ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦୀପାବଳି: ଆଲୋକର ମହୋତ୍ସବ, ଆତ୍ମଶୁଦ୍ଧିର ସଂକଳ୍ପ ଓ ମାନବତାର ଅମର ବାର୍ତ୍ତା
- ସମାଜସେବୀ ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ।



