କେନ୍ଦୁଝର,ସନ୍ଧାନ ନ୍ୟୁଜ: କେନ୍ଦୁଝର ଜିଲା ଘଟଗାଁ ଅନ୍ତର୍ଗତ ବାଇଗଣପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି | ଭାଇବୋହୂକୁ ନୃସଂଶ ଭାବେ ହତ୍ୟା କରିଛି ଦେଢ଼ଶୂର | ହୃଷୀକେଶ ମହାକୁଡ଼ଙ୍କ ସ୍ତ୍ରୀ ନିରୂପମା ମହାକୁଡ଼ଙ୍କୁ ହାଣି ନିର୍ମମ ଭାବେ ହତ୍ୟାକାଣ୍ଡ ଘଟାଇଛି ଦେଢଶୁର | ସୂଚନା ଅନୁସାରେ, ଏକ ପାରିବାରିକ କଳହକୁ ନେଇ ନିରୂପମାଙ୍କୁ ତାଙ୍କ ଦେଢ଼ଶୂର ଶୈଳ ମହାକୁଡ଼ ଟାଙ୍ଗିଆରେ ହାଣି ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ହସ୍ପିଟାଲରେ ଡାକ୍ତର ନିରୂପମାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ଶୈଳଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି |
ଦେଢ଼ଶୂରଙ୍କ ଟାଙ୍ଗିଆ ଚୋଟରେ ଭାଇବୋହୁ ମୃତ
|
December 6, 2025 |


