ଅଗଷ୍ଟ ୯ରେ ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜୟନ୍ତୀ: କୃଷ୍ଣଚନ୍ଦ୍ର ରାୟଙ୍କୁ ସେବା ଓ ସୁକଦେବ ପତିଙ୍କୁ ସ୍ମୃତି ସମ୍ମାନ ପାଇଁ ମନୋନୀତ 

Spread the love
ଚଣ୍ଡିଖୋଲ ୬/୮(ସନ୍ଧାନ ନିଉଜ) ଆଗମୀ ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ ଅବସରରେ ଉମାକାନ୍ତ ମହାପାତ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ବିଶିଷ୍ଟ ଶିକ୍ଷା ବିତ୍ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜୟନ୍ତୀ ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍ ସୁକଦେବ ପତିଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ ଓ ବିଶିଷ୍ଟ ଚିକିତ୍ସକ ଡାକ୍ତର କୃଷ୍ଣଚନ୍ଦ୍ର ରାୟ ଙ୍କୁ ଉମାକାନ୍ତ ମହାପାତ୍ର ସେବା ସମ୍ମାନ ପାଇଁ ମନୋନୀତ କରଯାଇଛି।ଚଣ୍ଡିଖୋଲ ସ୍ଥିତ ଡି ୟୁ ପବ୍ଲିକ୍ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦର ସଭାପତି ଡକ୍ଟର ବିଜୟ କୁମାର ଶତପଥୀ ଓ ସମ୍ପାଦକ ଡକ୍ତର ପ୍ରିୟନାଥ ମହାପାତ୍ର ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବଡଚଣାର ବିଧାୟକ ଆମର ନାୟକ ମୁଖ୍ୟ ଅତିଥି ଏବଂ ପ୍ରସିଦ୍ଧ ଲେଖକ ଡାକ୍ତର ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଯୋଗଦେବାର ସ୍ୱୀକୃତି ପ୍ରଦାନ କରିଅଛନ୍ତି ।

Related Posts

About The Author

Add Comment