ବରୀ ନିର୍ବାଚନ ମଣ୍ଡଳୀର ବିଶ୍ୱରଂଜନ ପ୍ରାର୍ଥିପତ୍ର ଦାଖଲ କଲେ

Spread the love

ଯାଜପୁର ସଦର, ୧୩ା୦୫: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥି ଶ୍ରୀଯୁକ୍ତ ବିଶ୍ୱରଂଜନ ମଲିକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶ୍ରୀର୍ବଦାକୁ ଭରଷା କରି ବରୀ ମାଟିର ଟେକ ରଖିବା ପାଇଁ ବରୀ ସହିଦ ମାଟିର ସ୍ମୃତିକୁ ମନେ ପକାଇବା ବରୀ ନିର୍ବାଚନ ମଣ୍ଡଳୀର ୪୭ଟି ପଂଚାୟତକୁ ନେଇ ଗଠନ ହୋଇଥିବା ବେଳେ, ବରୀ ମାଟିର ଲଢ଼ୁଆ ପୁଅ ବିଶ୍ୱରଂଜନ ମଲିକ ବରୀରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହିତ ହଜାର ହଜାର କର୍ମିମାନଙ୍କ ଗହଣରେ ଯାଜପୁର ଅଭିମୁଖେ ଶ୍ରୀଯୁକ୍ତ ମଲିକ ଏକ ବାଇକ ରାଲିରେ ଏକ ବିରାଟ ପଟୁଆରରେ ବାହାରି ବିଭିନ୍ନ ପଂଚାତୟ ପରିକ୍ରମା କରି ଦିନ ୧ଟା ବେଳେ, ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ôଚଥିଲେ । ଶ୍ରୀଯୁକ୍ତ ମଲିକଙ୍କ ସହିତ ଯୁବନେତା ଅଶୋକ ସାମଲ, ବରିଷ୍ଠ ନେତା ହରିହାର ପଣ୍ଡା, ବିଭିନ୍ନ ପଂଚାୟତରୁ ଆସିôତବା ସରପଂଚ, ସମିତିସଭ୍ୟ ମାନଙ୍କୁ ସାଙ୍ଗରେ ଧରି ଶ୍ରୀଯୁକ୍ତ ମଲିକ ଅତିରିକ୍ତ ଜିଲ୍ଲାପାଳ ମନୋରମା ଜାଲିଙ୍କ କାର୍ଯ୍ୟାଳୟରେ ପହଁଞ୍ôଚ ପ୍ରସ୍ତାବକ ଏବଂ ସମର୍ଥକଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଶ୍ରୀଯୁକ୍ତ ମିଲିକ ଗଣମାଧ୍ୟମକୁ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋର ଆଦର୍ଶ ସାଢ଼େ ୪କୋଟି ଜନସାଧାରଣଙ୍କ ନେତା ଷଷ୍ଠଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରୁଛନ୍ତି । ସମସ୍ତ ଗୁରୁଜନଙ୍କ ଆଶ୍ରୀର୍ବାଦକୁ ପାଥେୟ କରି ମୁଁ ନିର୍ବାଚନ ଲଢ଼ୁଚି ।

Related Posts

About The Author

Add Comment